ଚୋରା ଗଞ୍ଜେଇ ଜବତ , ୩ ଗିରଫ

14

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ ) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ତିଲକାମାଲ ଛକରୁ 30 କେଜି 200 ଗ୍ରାମ ଗଞ୍ଜେଇ ଜବତ କରିବା ସହ ତିନି ଜଣ ଚୋରା ଗଞ୍ଜେଇ ବେପାରୀ ଙ୍କୁ ପୋଲିସ ଗିରଫ କରିଛି l ଏହି କାରବାର ରେ ବ୍ୟବହୃତ ଧଳା ରଙ୍ଗର କାର ( ନମ୍ବର. CG 04KH 0999), ଦୁଇଟି ମୋବାଇଲ କୁ ଜବତ କରାଯାଇଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତ ଥିବା ଛତିଶଗଡ଼ ରାଜ୍ୟ ରାୟପୁର ଜିଲ୍ଲା ଗୁଡ଼ିଆରୀ ଥାନା ଅଞ୍ଚଳର ଅମିତ ରାହୁଲକର (30), ରାମୁ ସାହୁ (22), ଓ ଅଭିଷେକ ସୋନି (23) କୁ ଗିରଫ କରାଯାଇଛି l ଏହି ଚୋରା ଗଞ୍ଜେଇ କଣ୍ଟାମାଲ ଥାନା ଅଂଚଳରୁ ଛତିଶଗଡ଼ ରାଜ୍ୟ ରାୟପୁର ଜିଲ୍ଲାକୁ ଚାଲାଣ ହେଉଥିଲା l ଏ ନେଇ ଘଣ୍ଟାପଡା ଫାଣ୍ଡିର ଏସ ଆଇ ଗଣନାଥ ଥନାପତି କଣ୍ଟାମାଲ ଥାନାରେ ଅଭିଯୋଗ କରିବାରୁ ପୋଲିସ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଛି l କଣ୍ଟାମାଲ ପି ଏସ କେ୍ସ ନମ୍ବର 70 ତା.03/06/22 U/S 20 ( b), ( ii ) ଏନ ଡି ପି ଏସ ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଥିବା କଣ୍ଟାମାଳ ଥାନା ଦାୟିତ୍ୱ ରେ ଥିବା ଡି ଏସ ପି ତପସ୍ୱିନୀ କଅଁର ସୂଚନା ଦେଇଛନ୍ତି lରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ, ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More