ଚୋରାମଦ ବେପାର ପାଇଁ ଚାଲିଗଲା ଯୁବକର ଜୀବନ

21

Get real time updates directly on you device, subscribe now.

ଏରସମା(ସଂଘର୍ଷ ମିଡିଆ) :- ଚୋରାମଦ ବେପାର ପାଇଁ ଚାଲିଗଲା ଯୁବକର ଜୀବନ। ଚୋରାମଦ ବେପାର କରୁଥିବା ଯୁବକକୁ ରାସ୍ତାରୁ ହଟାଇବା ପାଇଁ ଅନ୍ୟଜଣେ ଚୋରାମଦ ବେପାରୀ ବାରମ୍ବାର ଆକ୍ରମଣ କରିବାରୁ ଚାଲିଗଲା ଯୁବକର ଜୀବନ। ଏପରି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ଏରସମା ଥାନା ଜପା ପଞ୍ଚାୟତ ବରତ୍ତୋଳ ଗ୍ରାମରେ। ଏରସମା ଥାନା ଅନ୍ତର୍ଗତ ବରତ୍ତୋଳ ଗ୍ରାମର କୈଳାସ ରାଉତଙ୍କ ୨୭ବର୍ଷ ବୟସ୍କ ପୁଅମହେଶ୍ୱର ରାଉତଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।ମହେଶ୍ୱରକୁ ସେହି ଗ୍ରାମର ସୁଦର୍ଶନ ସ୍ୱାଇଁ ନାମକ ଜଣେ ଯୁବକ ସପ୍ତାହକ ମଧ୍ୟରେ ବାରମ୍ବାର ମରଣାନ୍ତକ ଆକ୍ରମଣ କରିବାରୁ ତାର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।ମୃତ ଯୁବକ ମହେଶ୍ୱର ଓ ଅଭିଯୁକ୍ତଙ୍କ ମଧ୍ୟରେ ପୁର୍ବଶତୃତା କାରଣରୁ ସେ ତାକୁ ବାରମ୍ବାର ମରଣାନ୍ତକ ଆକ୍ରମଣ କରିବାରୁ ତାର ମୃତ୍ୟୁ ହୋଇଛି ବୋଲି ମହେଶ୍ୱରର ବାପା କୈଳାସ ଅଭିଯୋଗ କରିଛନ୍ତି।ଅନ୍ୟ ପକ୍ଷରେ ମୃତ ମହେଶ୍ୱର ଗାଁମୁଣ୍ଡରେ ଦୋକାନ କରି ଚୋରାମଦ ବେପାର କରୁଥିବା ବେଳେ ସେହି ଗ୍ରାମର ସୁଦର୍ଶନ ସ୍ୱାଇଁ ମଧ୍ୟ ଚୋରାମଦ ବେପାର କରି ପୋଲିସ ଦ୍ୱାରା ଗିରଫ ହୋଇଥିଲା।ସୁଦର୍ଶନକୁ ପୋଲିସ ଧରିବା ପଛରେ ମହେଶ୍ୱରର ହାତଥିବା ସଂନ୍ଦେହ କରି ସୁଦର୍ଶନ ବାରମ୍ବାର ମହେଶ୍ୱରକୁ ମରଣାନ୍ତକ ଆକ୍ରମଣ କରିଥିଲା।ମରଣାନ୍ତକ ଆକ୍ରମଣର ଶିକାର ହେଲେ ମଧ୍ୟ ଚୋରାମଦ ବେପାର କରୁଥିବାରୁ ପୋଲିସ ପାଖରେ ଭୟରେ ଅଭିଯୋଗ କରିନଥିଲା।ମୁଣ୍ଡରେ ଗଭୀର କ୍ଷତ, ଗୁରୁତର ଆହତ ସତ୍ୱେ ଅର୍ଥ ଅଭାବରୁ ଚିକିତ୍ସା ପାଇଁ ଯାଇନପାରି ମହେଶ୍ୱରର ମୃତ୍ୟୁ ହୋଇଥିବା ତାର ମାମୁଁ ଅଭିଯୋଗ କରିଛନ୍ତି।ଗତକାଲି ଗୁରୁତର ଅବସ୍ଥାରେ ମହେଶ୍ୱରକୁ ତାର ପରିବାର ଲୋକେ ଏରସମା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଆଜି ପୁର୍ବାହ୍ନରେ ତାର ମୃତ୍ୟୁ ହୋଇଥିଲା।ମୃତ୍ୟୁ ଖବରପାଇ ତାର ଆତ୍ମୀୟ ଓ ପଡୋଶୀ ମାନେ ମେଡିକାଲ ପରିସରରେ ଅଭିଯୁକ୍ତକୁ ଗିରଫ ଦାବି କରି ହୋହାଲ୍ଲା କରିଥିଲେ।ଘଟଣା ସମ୍ପର୍କରେ ମୃତ ମହେଶ୍ୱରର ବାପା କୈଳାସ ରାଉତ ଏରସମା ଥାନାରେ ଅଭିଯୋଗ କରିଛନ୍ତି।ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ଘଟଣାର ଅନୁସନ୍ଧାନ କରିଛନ୍ତି। ଏରସମାରୁ ବଳରାମ ଜାନାଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More