ଛତ୍ରପୁର ( ସଂଘର୍ଷ ମିଡିଆ ) : ଚେନ୍ନାଇରୁ ପୁଣି ୩୩ ଜଣ ଶ୍ରମିକ ଡଙ୍ଗାରେ ସମୁଦ୍ର ପଥ ଦେଇ ଗଞ୍ଜାମ ଜିଲାରେ ପହଞ୍ଚିଛନ୍ତି। ସୋମବାର ରାତି ପ୍ରାୟ ୧ଟାରେ ଏହି ଶ୍ରମିକମାନେ ଛତ୍ରପୁର ନିକଟ ଆର୍ଯ୍ୟପଲ୍ଲୀରେ ପହଞ୍ଚିଛନ୍ତି। ଏହା ପରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସ୍ଥାନୀୟ ଏକ ସ୍କୁଲରେ କ୍ବାରେଣ୍ଟାଇନରେ ରଖାଯାଇଛି। ଶ୍ରମିକମାନେ ଯେପରି କେଉଁଆଡ଼େ ଯାଇପାରିବେ ନାହିଁ ସେଥିଲାଗି ସ୍କୁଲ କ୍ୟାମ୍ପସ ଗେଟ୍ରେ ତାଲା ପକାଯିବା ସହିତ ପୁଲିସ କର୍ମଚାରୀ ମୁତୟନ ହୋଇଛନ୍ତି। ସମସ୍ତ ୩୩ ଶ୍ରମିକଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଜ୍ଵର ହେଇଥିବା ଜଣାପଡ଼ିଛି। ମଙ୍ଗଳବାର ସେମାନଙ୍କର ସ୍ବାବ ପରୀକ୍ଷା କରାଯିବ।