ଚେକ୍ ବାଉଁସ ମାମଲାରେ ଅଭିଯୁକ୍ତଙ୍କୁ ୩ ମାସ ଜେଲ ଦଣ୍ଡାଦେଶ ଶୁଣାଇଲେ ଭଦ୍ରକ କୋର୍ଟ

20

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) : – ଚେକ୍ ବାଉଁସ ମାମଲାର ବିଚାର କରି ଭଦ୍ରକ ଉପଖଣ୍ଡ ବିଚାର ବିଭାଗିୟ ମାଜିଷ୍ଟ୍ରେଟ ଶ୍ରୀ ଚିନ୍ମୟ କୁମାର ପାଢି ଅଭିଯୁକ୍ତ ଭଦ୍ରକ କୁଆଁସ ଗ୍ରାମର କାହ୍ନୁଚରଣ ବେହେରାଙ୍କୁ ଚେକ୍ ଦେଇ ଆକାଣ୍ଟରେ ଟଙ୍କା ନ ଥିବା ଅଭିଯୋଗରେ ତିରିଶ ହଜାର ଟଙ୍କା ଜୋରିମାନା ସହ ତିନି ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଘଟଣାରୁ ପ୍ରକାଶ ଯେ ଭଦ୍ରକ ମୌଦା ପଞ୍ଚାୟତର ବିଶ୍ୱ ପ୍ରକାଶ ନାୟକଙ୍କୁ କୁଆଁସ ଗ୍ରାମର କାହ୍ନୁ ଚରଣ ବେହେରା ନଭେମ୍ବର ୩୦ ୨୦୨୧ ମସିହାରେ ୨ ଲକ୍ଷ ୫୦ ହଜାର ଟଙ୍କା ଧାର ନେଇ ଷ୍ଟେଟ ବ୍ୟାଙ୍କର ଏକ ଚେକ ଦେଇଥିଲା । ମାତ୍ର ବ୍ୟଙ୍କ ଖାତାରେ ତାଙ୍କର ଏତେ ଟଙ୍କା ନ ଥିବାରୁ ଚେକଟି ବାଉଁସ ହୋଇ ଯାଇଥିଲା। ପରେ ବିଶ୍ୱପ୍ରକାଶ ମାନ୍ୟବର ଭଦ୍ରକ ବିଚାର ବିଭାଗିୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ କେସ କରିଥିଲେ । ମାନ୍ୟବର ଅଦାଲତ ବିଚାର କରି କାହୁଁ ବେହେରାଙ୍କୁ ୩ ମାସ ଜେଲ ସହ ୩୦ ହଜାର ଟଙ୍କା ଦଣ୍ଡରେ ଦଣ୍ଡିତ କରିଛନ୍ତି। ବିଶ୍ୱପ୍ରକାଶଙ୍କ ପାଇଁ ଭଦ୍ରକର ବରିଷ୍ଠ ଓକିଲ ଗଦାଧର ବଳଙ୍କ ସହ ସଂଜୟ ମାଝି,ଏସ.କେ.ଗୌରଭ, ଜୟନ୍ତ କୁମାର ଭୋଇ ମାମଲା ପରିଚାଳନା କରୁଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More