ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ରଥ ନିର୍ମାଣ କାର୍ଯ୍ୟ

12

Get real time updates directly on you device, subscribe now.

ପୁରୀ (ସଂଘର୍ଷ ମିଡିଆ) : – ରଥ ନିର୍ମାଣ କାର୍ଯ୍ୟ ଏବେ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସେବାୟତ ମାନେ ରଥର ପ୍ରତ୍ୟେକ ଅଂଶକୁ ତନ ତନ କରି ନିରୀକ୍ଷଣ କରି ତ୍ରୁଟି ସୁଧାରୁଛନ୍ତି। ଆଉମାତ୍ର ମଝିରେ ଗୋଟିଏ ଦିନ , ଆଉ ମାତ୍ର କେଇ ଘଂଟା ପରେ ସିଂହଦ୍ୱାରେ ପହଞ୍ଚିବ ତିନିରଥ। ବିଭିନ୍ନ ନିର୍ମାଣ କାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଛି। ମହାରଣା ସେବକ ଏବଂ ଭୋଇ ସେବକ ମାନେ ରଥ ସମୁଖ ଭାଗକୁ ଛାଡି ରଥ ତିନି ପାର୍ଶ୍ୱରେ ଲାଗିଥିବା ତିନୋଟି ଲେଖାଁଏ ୯ଟି ଜଳଯନ୍ତ୍ରରେ ପାର୍ଶ୍ୱ ଦେବ- ଦେବୀଙ୍କୁ ଜଳଯନ୍ତ୍ର ଖାପରେ ସେଟିଙ୍ଗ କରି ସେଥିରେ କଣ୍ଟାବାଡେଇ ଶିଖର ଡମ୍ବରୁ ସଂଯୋଗ କରିଛନ୍ତି।ଏତତ୍ ବ୍ୟତୀତ ତିନିରଥର ଠେକେରା ବାଡ଼ ଦାଢ଼ ଅଂଶ ରେ ହଂସ ପଟା ବାଡ଼ିଆ ଶେଷ ହୋଇଛି। ଆଜି ତିନିରଥ ଉପରେ ଠେକେରା ବାଡ଼ ବୁଲବା କାର୍ଯ୍ୟ ଶେଷ ହେବ। ସେପଟେ ଦରଜି ସେବକ ମାନେ ତିନିରଥର କନା ଯୋଡ଼ା କାର୍ଯ୍ୟ ଶେଷ କରି କୋଠ ସୁଆଁସିଆ ସେବକ ମାନଙ୍କୁ ଯୋଗାଇଛନ୍ତି। କୋଠ ସୁଆଁସିଆ ସେବକ ମାନେ ରଥରେ କନା ପକା କାର୍ଯ୍ୟ ଆରମ୍ଭ କରିଛନ୍ତି । ପ୍ରଥମେ ତାଳଧ୍ୱଜ ରଥର ଚାରି ପାର୍ଶ୍ୱ ଦୁଆର ବେଢ଼ା ରେ କନା ପଡିବା ପରେ ରଥର ବତା ଏବଂ ପୋଟଳ ଆଦିରେ କନା ପଡିବ। ତିନିରଥର ଦୁଇଟି ଲେଖାଁଏ ବ୍ରେକ ପୁଲି ଲାଗିବା ସହ ବ୍ରେକ ଗୁଡିକର ତଳ ପାର୍ଶ୍ୱ ଆବଶ୍ୟକ ମରାମତି ପରେ ରବର ମ୍ୟାଟ ବାଡ଼ିଆ କାର୍ଯ୍ୟ ଶେଷ ପର୍ଯ୍ୟାୟରେ। ତିନି ରଥର ଘୋଡା ଗୁଡିକର ଯଏଣ୍ଟ ସ୍ଥାନ ମାନଙ୍କରେ ଘୋଡ଼ା ବାଗିଆ କଣ୍ଟା ବସି ରଙ୍ଗ କାର୍ଯ୍ୟ ଶେଷ ହୋଇଛି। ସେହିପରି ତିନିରଥର ତିନି ସାରଥୀଙ୍କ ଜଙ୍ଘ, ହାତ ଜଏଣ୍ଟ ସ୍ଥାନରେ ସାରଥୀ ବାଗିଆ କଣ୍ଟା ବସି ରଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରଥ ସିଂହ ଦ୍ୱାରରେ ଲାଗିବା ପରେ ତିନି ସାରଥୀ ରଥ ଉପରକୁ ଉଠିବେ। ଚିତ୍ରକାର ସେବକ ମାନେ ତିନିରଥ ପ୍ରଭାରେ ରଙ୍ଗ କାର୍ଯ୍ୟ ର ଶେଷ ସ୍ପର୍ଶ ଦେଉଛନ୍ତି।ଦୋଳବେଦୀ କମାର ଶାଳରେ ଓଝା ସେବକ ମାନେ ତିନିରଥର ବ୍ରେକ ଜାମିନି କଣ୍ଟା ,୨୦ ଟି ଲେଖାଁଏ ସାରଥୀ ବାଗିଆ କଣ୍ଟା, ଘୋଗା ବାଗୁଆ କଣ୍ଟା ଯୋଗାଇଛନ୍ତି। ପାହି ମହାରଣା ମାନେ ଘାଟୁଆରୀ ସେବକଙ୍କ ପାଇଁ ବନକ ପେଡି, ଚାଙ୍ଗଡ଼ା ବାକ୍ସ, ଅଳଙ୍କାର ବାକ୍ସ ନିର୍ମାଣ ଶେଷ କରି ଯୋଗାଇଛନ୍ତି।ରଥ ନିର୍ମାଣ କାର୍ଯ୍ୟ ଏବେ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛିରଥ ନିର୍ମାଣ କାର୍ଯ୍ୟ ଏବେ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସେବାୟତ ମାନେ ରଥର ପ୍ରତ୍ୟେକ ଅଂଶକୁ ତନ ତନ କରି ନିରୀକ୍ଷଣ କରି ତ୍ରୁଟି ସୁଧାରୁଛନ୍ତି। ଆଉମାତ୍ର ମଝିରେ ଗୋଟିଏ ଦିନ , ଆଉ ମାତ୍ର କେଇ ଘଂଟା ପରେ ସିଂହଦ୍ୱାରେ ପହଞ୍ଚିବ ତିନିରଥ। ବିଭିନ୍ନ ନିର୍ମାଣ କାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଛି। ମହାରଣା ସେବକ ଏବଂ ଭୋଇ ସେବକ ମାନେ ରଥ ସମୁଖ ଭାଗକୁ ଛାଡି ରଥ ତିନି ପାର୍ଶ୍ୱରେ ଲାଗିଥିବା ତିନୋଟି ଲେଖାଁଏ ୯ଟି ଜଳଯନ୍ତ୍ରରେ ପାର୍ଶ୍ୱ ଦେବ- ଦେବୀଙ୍କୁ ଜଳଯନ୍ତ୍ର ଖାପରେ ସେଟିଙ୍ଗ କରି ସେଥିରେ କଣ୍ଟାବାଡେଇ ଶିଖର ଡମ୍ବରୁ ସଂଯୋଗ କରିଛନ୍ତି।ଏତତ୍ ବ୍ୟତୀତ ତିନିରଥର ଠେକେରା ବାଡ଼ ଦାଢ଼ ଅଂଶ ରେ ହଂସ ପଟା ବାଡ଼ିଆ ଶେଷ ହୋଇଛି। ଆଜି ତିନିରଥ ଉପରେ ଠେକେରା ବାଡ଼ ବୁଲବା କାର୍ଯ୍ୟ ଶେଷ ହେବ। ସେପଟେ ଦରଜି ସେବକ ମାନେ ତିନିରଥର କନା ଯୋଡ଼ା କାର୍ଯ୍ୟ ଶେଷ କରି କୋଠ ସୁଆଁସିଆ ସେବକ ମାନଙ୍କୁ ଯୋଗାଇଛନ୍ତି। କୋଠ ସୁଆଁସିଆ ସେବକ ମାନେ ରଥରେ କନା ପକା କାର୍ଯ୍ୟ ଆରମ୍ଭ କରିଛନ୍ତି । ପ୍ରଥମେ ତାଳଧ୍ୱଜ ରଥର ଚାରି ପାର୍ଶ୍ୱ ଦୁଆର ବେଢ଼ା ରେ କନା ପଡିବା ପରେ ରଥର ବତା ଏବଂ ପୋଟଳ ଆଦିରେ କନା ପଡିବ। ତିନିରଥର ଦୁଇଟି ଲେଖାଁଏ ବ୍ରେକ ପୁଲି ଲାଗିବା ସହ ବ୍ରେକ ଗୁଡିକର ତଳ ପାର୍ଶ୍ୱ ଆବଶ୍ୟକ ମରାମତି ପରେ ରବର ମ୍ୟାଟ ବାଡ଼ିଆ କାର୍ଯ୍ୟ ଶେଷ ପର୍ଯ୍ୟାୟରେ। ତିନି ରଥର ଘୋଡା ଗୁଡିକର ଯଏଣ୍ଟ ସ୍ଥାନ ମାନଙ୍କରେ ଘୋଡ଼ା ବାଗିଆ କଣ୍ଟା ବସି ରଙ୍ଗ କାର୍ଯ୍ୟ ଶେଷ ହୋଇଛି। ସେହିପରି ତିନିରଥର ତିନି ସାରଥୀଙ୍କ ଜଙ୍ଘ, ହାତ ଜଏଣ୍ଟ ସ୍ଥାନରେ ସାରଥୀ ବାଗିଆ କଣ୍ଟା ବସି ରଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରଥ ସିଂହ ଦ୍ୱାରରେ ଲାଗିବା ପରେ ତିନି ସାରଥୀ ରଥ ଉପରକୁ ଉଠିବେ। ଚିତ୍ରକାର ସେବକ ମାନେ ତିନିରଥ ପ୍ରଭାରେ ରଙ୍ଗ କାର୍ଯ୍ୟ ର ଶେଷ ସ୍ପର୍ଶ ଦେଉଛନ୍ତି।ଦୋଳବେଦୀ କମାର ଶାଳରେ ଓଝା ସେବକ ମାନେ ତିନିରଥର ବ୍ରେକ ଜାମିନି କଣ୍ଟା ,୨୦ ଟି ଲେଖାଁଏ ସାରଥୀ ବାଗିଆ କଣ୍ଟା, ଘୋଗା ବାଗୁଆ କଣ୍ଟା ଯୋଗାଇଛନ୍ତି। ପାହି ମହାରଣା ମାନେ ଘାଟୁଆରୀ ସେବକଙ୍କ ପାଇଁ ବନକ ପେଡି, ଚାଙ୍ଗଡ଼ା ବାକ୍ସ, ଅଳଙ୍କାର ବାକ୍ସ ନିର୍ମାଣ ଶେଷ କରି ଯୋଗାଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More