ଚୁଡ଼ାଖାଇ ଯାତ୍ରା ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ଼

16

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : ବୌଦ୍ଧ ଜିଲ୍ଲାରେ ବାର ମାସରେ ତେର ତିହାର ସେଥି ମଧ୍ୟରୁ ଚୁଡ଼ା ଖାଇ ଯାତ୍ରା ଅନ୍ୟତମ।ଏହା କାହିଁ ଆଦିମ ଯୁଗରୁ ପାଳନ ହୋଇଆସୁଥିବା ବେଳେ ଏବେ ମଧ୍ୟ ତାହା ଧୁମ୍ ଧାମ ରେ ପାଳନ ହେଉଛି।ଏହି ଯାତ୍ରାରେ ମୁଖ୍ୟତଃ ଅଶ୍ଳିଲ ଭାଷା ବ୍ୟବହାର ହୋଇଥାଏ ଓ ସେହି ଭାଷା ବ୍ୟବହାର କଲେ ଭକ୍ତ ମାନଙ୍କ ଗୁହାରି ଶୁଣିବା ସହ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି କୁହନ୍ତି ମାଁଙ୍କ ଭକ୍ତ ।ଗତ ଦୁଇବର୍ଷ ହେବ କରୋନା କଟକଣା ଯୋଗୁଁ ହୋଇନଥିବା ବେଳେ ଏହି ବର୍ଷ ବହୁତ୍ ଆନନ୍ଦର ସହ ପାଳନ ହୋଇଥିଲା।ମାଁ ମାହେଶ୍ୱରୀ ଙ୍କ ଛତ୍ର ରିସବନ୍ଧ ରୁ ବାହାରି ଜମ୍ମାପାଲି, ମନୁପାଲି , ଜମଟାଙ୍ଗୀ,ଖଲିଆପାଲି,ଯୁରଭୂରା, କୁମରକାନି, ତାଳପଦର୍ ଏପରି ଅନେକ ଗ୍ରାମକୁ ବିରାଟ ପଟୁଆରରେ ଭକ୍ତ ଙ୍କ ଗହଣରେ ମାଁ ଏହି ଯାତ୍ରା ଡଙ୍ଗର କୁ ଆସିଥାନ୍ତି।ଉକ୍ତ ଡଙ୍ଗର ଉପରେ ଚାରିଗୋଟି ମନ୍ଦିର ରହିଥିବା ବେଳେ ଚତୁର ପାର୍ଶ୍ବରେ ଗଣେଶ,ସେଶନାଗ,ଶିବ ପାର୍ବତୀ ଙ୍କ ବାସସ୍ଥଳୀ,ପଞ୍ଚୁପାଣ୍ଡବ ଅଜ୍ଞାତ ବସବାସ କରୁଥିବା କୁହାଯାଉଥିବା ବେଳେ ,ଭୀମ ଫାଟ ମଧ୍ୟ ରହିଛି । ଏହିପରି ଅନେକ ଦେବଦେବୀଙ୍କ ପ୍ରତିମୂର୍ତ୍ତି ମଧ୍ୟ ଥିବା ଦେଖିବାକୁ ମିଳେ।ଉକ୍ତ ପାହାଡ଼ ଉପରକୁ ଗୋଟିଏ ଜରି ଗଛ ମାଧ୍ୟମରେ ହଜାର ହଜାର ଲୋକ ଦର୍ଶନ ପାଇଁ ଚଢ଼ୁଥିବା ବେଳେ ମାଆଙ୍କ ଆଶୀର୍ବାଦରେ ସେହି ଜରି ଗଛ କେବେ କୌଣସି କ୍ଷତି ଘଟାଇ ନଥାଏ।ଏହି ଯାତ୍ରା କୁ ଦେଖିବା ପାଇଁ ବୌଦ୍ଧ ଜିଲ୍ଲା ବାହାରୁ ମଧ୍ୟ ଭକ୍ତମାନେ ଆସିଥାନ୍ତି ସୋନପୁର ବରଗଡ଼ ସମ୍ବଲପୁର ଅନୁଗୁଳ ଅଞ୍ଚଳରୁ ଅନେକ ମାନସିକ ଧରି ମାଁ ଙ୍କ ପାଖକୁ ଆସିଥାନ୍ତି l ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More