ଚୁକ୍ତି ଭିତ୍ତିକ ପ୍ରଥାର ଉଚ୍ଛେଦ ପାଇଁ ଜଗତସିଂହପୁର ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାମ୍ପନ
ଜଗତସିଂହପୁର(ସଂଘର୍ଷ ମିଡିଆ) : -ଦୀର୍ଘ2004 ମସିହାରୁ ବିଭିନ୍ନ ବିଭାଗରେ ଅଠର ବର୍ଷ ଧରି ଚୁକ୍ତି ଭିତ୍ତିକ ବ୍ୟବସ୍ଥା ଚାଲୁଥିବା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଜନ୍ମ ଦିନ ଅବସରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇ ଆଜି ଚୁକ୍ତି ଭିତ୍ତିକ ପ୍ରଥାର ଉଚ୍ଛେଦ କରି ସମସ୍ତଙ୍କୁ ନିୟମିତ କରିବା ପାଇଁ ଘୋଷଣା କରିଛନ୍ତି।ଏହି ଖବର ଜାଣିବା ପରେ ଜଗତସିଂହପୁର ଜିଲ୍ଲାରେ ସମସ୍ତ ଚୁକ୍ତି ଭିତ୍ତିକ ଶିକ୍ଷକ ଶିକ୍ଷୟତ୍ରୀ ମହଲରେ ଖୁସିର ଲହରୀ ଖେଳିଯାଇଛି।ଓଡ଼ିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତିକ ଶିକ୍ଷକ ସଂଘର ଜିଲ୍ଲା ସଭାପତି ପ୍ରଳୟ ରଂଜନ ଭୂୟାଁ ଙ୍କ ଆହ୍ୱାନ ରେ ସମସ୍ତ ଚୁକ୍ତି ଭିତ୍ତିକ ଶିକ୍ଷକ ଶିକ୍ଷୟତ୍ରୀ ଜିଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ବାଣ ଫୁଟାଇ ଓ ମିଷ୍ଟାନ ବଣ୍ଟନ କରି ଖୁସି ମନାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଓ କୃତନଜ୍ଞତା ଜ୍ଞାପନ କରିଛନ୍ତି।ଚୁକ୍ତିଭିତିକ ଶିକ୍ଷକ ସଂଘର ଜିଲ୍ଲା ଉପଦେଷ୍ଟା ଅମୂଲ୍ୟ କୁମାର ମିଶ୍ର,ତ୍ରଲୋକ୍ୟନାଥ ବିଶ୍ୱାଳ, ସତ୍ୟଜିତ ଶତପଥୀ, ମାନସ ରଞ୍ଜନ ଖଣ୍ଡୁଆଳ, ଏବଂ ଶିକ୍ଷକ ଶିକ୍ଷୟତ୍ରୀ ନିରଞ୍ଜନ ତ୍ରିପାଠୀ, ଚିନ୍ମୟୀ ଆଚାର୍ଯ୍ୟ, ଅଭିମନ୍ୟୁ ତରାଇ, ରାକେଶ ବେହେରା,ଶତ୍ରୁଘ୍ନ ବେହେରା, ମିଲନ ଓଝା, ଅଭିଜିତ ପରିଡା, ଆର କିଶୋର ପାତ୍ର, ପ୍ରଣବ ମିଶ୍ର ବହୁ ଶିକ୍ଷକ ଶିକ୍ଷୟତ୍ରୀ ଖୁସି ମନେଇବା ସହ ମୁଖ୍ୟମନ୍ତ୍ରୀ ଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।