ଚିଲିକା ମଝିରେ ଫସିଲା ଯାତ୍ରୀବାହି ଡ଼ଙ୍ଗା

72

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁଣି ଚିଲିକା ମଝିରେ ଫସିଲା ଯାତ୍ରୀ ବାହି ଘାଟ ଡ଼ଙ୍ଗା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମହିସା ନିକଟରେ ଫସି ରହିଲା ଯାତ୍ରୀ ବାହି ଘାଟଡ଼ଙ୍ଗା । ତେବେ ଦୀର୍ଘ ସମୟ ଅପେକ୍ଷା ପରେ ଆଉ ଏକ ମେସିନ ଲାଗିବା ପରେ ଡଙ୍ଗା ନିଜ ଗନ୍ତବ୍ୟ ସ୍ଥଳକୁ ଯାଇଥିଲା। ପୁରୀ ସାତପଡ଼ାରୁ ଜହ୍ନିକୁଦା ଯିବା ବେଳେ ଏହି ସ୍ଥିତି ଉପୁଜିଥିଲା। ଜାଗାକୁ ନେଇ ଡଙ୍ଗାରେ ଯାତ୍ରୀ ଭୟଭୀତ ହୋଇ ପଡ଼ିଥିଲେ। ତେବେ ଖବର ପାଇ ଅନ୍ୟ ଡଙ୍ଗା ଚାଳକ ମାନେ ନୁଆ ମୋଟର ଦେବା ପରେ ଡଙ୍ଗା ଜହ୍ନିକୁଦା ଯାଇଥିଲା। ହୋଇ ଅଥଳ ଜଳ ରାଶିରେ ଅଟକି ରହିଥିଲା ଡଙ୍ଗା। ଫଳରେ ଯାତ୍ରୀ ଭୟଭୀତ ହୋଇ ପଡ଼ିଥିଲେ। ତେବେ ଡଙ୍ଗା ଚାଳକ ଆହୁଲା ମାରି ଡଙ୍ଗାକୁ ଚିଲିକା ଭିତରେ ଥିବା ଏକ କୁଦରେ ଡଙ୍ଗା ଲଗାଇ ଥିଲେ। ଫଳରେ କିଛି ଅଘଟଣ ଘଟିନଥିଲା। ଡଙ୍ଗାରେ 30 ରୁ ଉର୍ଦ୍ଧ୍ବ ଯାତ୍ରୀ ଏବଂ 10 ଟି ବାଇକ ରହିଥିଲା । ତେବେ ଚିଲିକାରେ ଡଙ୍ଗା ଫଶୀ ରହିବା ଏହା ଗୋଟିଏ ଘଟଣା ନୁହେ। ଅନେକ ଥର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଭଳି ସ୍ଥିତି ଉପୁଜିଛି। ଯାତ୍ରୀଙ୍କ ଜିବନ ବିପଦ ରେ ପଡ଼ିଚି ଅନେକଥର। ତେବେ ଚିଲିକାରେ ଏକ ବ୍ରିିଜ ନିର୍ମାଣ ପାଇଁ ବାରମ୍ବାର ଦାବୀ ହୋଇ ଆସୁଚି । ହେଲେ ସରକାର ଏ ଦିଗ ରେ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇ ଆସୁଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More