ଖୋର୍ଦ୍ଧା(ସଂଘର୍ଷ ମିଡିଆ) : -ଜଙ୍ଗଲ, ପରିବେଶ ଓ ଜଳବାୟୁ ନିୟନ୍ତ୍ରଣ ବିଭାଗର ଅଠସଠି ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ହେଉଛି, ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଚିଲିକା କୁଳକୁ ଲାଗି ରହିଥିବା ବନ୍ୟପ୍ରାଣୀ ଉପଖଣ୍ଡ ତରଫରୁ ପାଳିତ ହୋଇଛି l ଏଥିରେ ମୁଖ୍ୟ ଅତିଥି ରୂପେ ବାଲୁଗାଁ କଲେଜ ର ପ୍ରଫେସର ଡ଼ -କୈଳାଶ ଚନ୍ଦ୍ର ମହାରଣା, ଡ଼ -ଲକ୍ଷ୍ମୀଧର ସୁବୁଦ୍ଧି ଓ ଡ଼॰ ଅକ୍ଷୟ କୁମାର ମିଶ୍ର ଯୋଗଦେଇ ପ୍ରଦୀପ ପ୍ରଯୋଳନକରି ଜଗନ୍ନାଥଙ୍କ ଫୋଟୋ ରେ ଫୁଲ ମାଳ ସହିତ ନିରବ ପାର୍ଥନା କରିଥିଲେ ପରେ ଚିଲିକା ରାଣୀ ଇଂରାଜୀ ବିଦ୍ୟାଳୟ ର ଛାତ୍ରୀ ମାନେ ଉତ୍କଳ ଜନନୀ ଗୀତ ପରିବେଷଣ କରିଥିଲେ ଓ ଅଭିଭାଷଣ ଦେଇଥିଲେ ଟାଙ୍ଗୀ ଏଫ. ଆର. ଓ ଚୁଡ଼ରାଣୀ ମୁର୍ମୁ, ମଞ୍ଚରେ ପରିଚାଳନା କରିଥିଲେ ଏ. ସି. ଏଫ ପ୍ରଶାନ୍ତ କୁମାର ପଣ୍ଡା ଚିଲିକା ୱାଇଲଡ ଡିଭିଜନ l ବାଲୁଗାଁ ର ଓ ବିଭିନ୍ନ ସ୍କୁଲ କଲେଜ ପିଲାମାନେ ଆସି ଆର୍ଟ ଓ ଡିବେଟ ପ୍ରତିଯୋଗିତା ରେ ଭାଗ ନେଇଥିଲେ,ଏବଂ ପରିବେଶ ବନ୍ୟପ୍ରାଣୀର ସୁରକ୍ଷା କିଭଳି କଡାକଡି କରାଯାଇପାରିବ ସେ ବିଷୟରେ ଆଲୋଚନା ଓ ପର୍ଯ୍ୟାଲୋଚନା କରାଯାଇଥିଲା l ଖୋର୍ଦ୍ଧାରୁ ବିରେନ କୁମାର ସାହୁଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।