ଚିଲିକାରେ ବିରଳ ଇରାୱାଡି ପ୍ରଜାତିର ଡଲଫିନ ଦେଖିବାକୁ ଶହ ଶହ ପର୍ଯ୍ୟଟକଙ୍କ ଭିଡ

24

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଚିଲିକାରେ ବିରଳ ଇରାୱାଡି ପ୍ରଜାତିର ଡଲଫିନ ଦେଖିବାକୁ ପ୍ରତ୍ୟକ ଦିନ ଶହ ଶହ ପର୍ଯ୍ୟଟକ ଆସୁଛନ୍ତି । ଏବେ ପର୍ଯ୍ୟଟନ ଋତୁ ଚାଲିଥିବାବେଳେ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି। ଚିଲିକାର ମହିଁଷା ତଳି ଅଞ୍ଚଳରେ ସବୁଠାରୁ ଅଧିକ ଡଲଫିନ୍‌ ଦେଖା ଯାଇଥାନ୍ତି। ଅଧିକ ପର୍ଯ୍ୟଟକ ଡଙ୍ଗା ଏହି ଇଲାକାକୁ ବୁଲିବାକୁ ଯାଇଥାଏ। ବୁଧବାର ପର୍ଯ୍ୟଟକ ଡଙ୍ଗା ଏହି ଇଲାକାରେ ବୁଲୁଥିବାବେଳେ ମହିଁଷାର କିଛି ଲୋକେ ଏହାକୁ ବାରଣ କରିଥିଲେ। ଅଧିକ ଡଙ୍ଗା ବୁଲିବା ଯୋଗୁ ସେମାନେ ମାଛ ଧରିବାରେ ସମସ୍ୟା ଉପୁଜୁଛି ଓ ମାଛ ଉତ୍ପାଦନ କମୁଛି। ଫଳରେ ପର୍ଯ୍ୟଟକଙ୍କ ଡଙ୍ଗା ବାରଣ କରିବା ସହିତ କିଛି ଡଙ୍ଗାକୁ ଅଟକାଇ ରଖିଥିଲେ। ଆଳୁପାଟଣା ଜେଟିରୁ ଯାଇଥିବା ଏହି ପର୍ଯ୍ୟଟକ ଡଙ୍ଗାକୁ ଅନ୍ୟ ଡଙ୍ଗା ଯାଇ ସାତପଡା ଆଣିଥିଲା। ପୁଣି ଥରେ ଆଳୁପାଟଣାର ଏକ ପର୍ଯ୍ୟଟକ ଡଙ୍ଗାକୁ ମହିଷାଁ ତଳି ଚିଲିକାରେ ଅଟକାଇବା ପରେ ସାତପଡା ଠାରୁ ଯାଉଥିବା ଏକ ମହିଁଷାର ଡଙ୍ଗାକୁ ଆଳୁପାଟଣା ପକ୍ଷରୁ ଅଟକା ଯାଇଥିଲା। ଅନ୍ୟ ଏକ ଡଙ୍ଗା ପୁଣି ଯାଇ ପର୍ଯ୍ୟଟକଙ୍କୁ କୂଳକୁ ଆଣିଛି। ଏହା ସହିତ ଅନେକ ପର୍ଯ୍ୟଟକ ଡଙ୍ଗା ଡଲଫିନ ଦେଖିବାରୁ ବଞ୍ଚିତ ହୋଇଛନ୍ତି। ନିରାଶ ହୋଇ ପର୍ଯ୍ୟଟକ ଫେରୁଛନ୍ତି। ଗୁରୁବାର ଦିନ ତମାମ ସାତପଡା ଫାଣ୍ଡି ପୁଲିସ ସାତପଡା ଓ ଆଳୁପାଟଣା ଚିଲିକା କୂଳରେ ଡେରା ପକାଇ ରହିଥିଲେ। ସାତପଡା ଫାଣ୍ଡି ଅଧିକାରୀ ଆଶୋକ ଗୋଛାୟତଙ୍କୁ ପଚାରିବାରେ ଡଲଫିନ ଦେଖାଇବାବେଳେ ବିବାଦ ଆରମ୍ଭ ହୋଇଛି। ଏହି ବିବାଦକୁ ସମାଧାନ ପାଇଁ ଉଭୟ ମହିଁଷା ଓ ଆଳୁପାଟଣା ସହିତ ଯୋଗାଯୋଗ ଚାଲିଛି। ସମସ୍ୟାର ସମାଧାନ ପାଇଁ ସବୁ ପ୍ରକାର ବ୍ୟବସ୍ଥା ଜାରି ରହିଥିବା ବେଳେ ଘଟଣା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦିଆଯାଇଥିବା କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More