ଚିର୍ମା ଉଚ୍ଚ ବିଦ୍ୟାଳୟରେ ୭୩ ତମ ବନ ମହୋତ୍ସବ ପାଳିତ

11

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : – ତା ୬/୭/୨୨ ରିଖ, ନବରଙ୍ଗପୁର ଜିଲ୍ଳା କୋଡ଼ିଙ୍ଗା ବନାଞ୍ଚଳ ଅନ୍ତର୍ଗତ ଚିର୍ମା ଉଚ୍ଚ ବିଦ୍ୟାଳୟ, ଚିର୍ମା ଠାରେ ୭୩ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଏଥିରେ ବିଭିନ୍ନ ପ୍ରଜାତିର ୩୨ ଟି ଚାରା ଗଛ ବିଦ୍ୟାଳୟ ପରିସରରେ ରୋପଣ କରାଯାଇଛି।ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ସାହୁଙ୍କ ତତ୍ତ୍ଵାବଧାନରେ ବିଦ୍ୟାଳୟର ସମସ୍ତ ଛାତ୍ର/ ଛାତ୍ରୀ ,ଶିକ୍ଷକ/ କର୍ମଚାରୀମାନଙ୍କ ସହାୟତାରେ ବିଦ୍ୟାଳୟ ଇକୋ କ୍ଲବ ତରଫରୁ ବୃକ୍ଷ ରୋପଣ ସହିତ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ କୋଡିଙ୍ଗା ବନାଞ୍ଚଳ ଅଧିକାରୀ ଶ୍ରୀ କାମେଶ୍ୱର୍ ଆଚାରୀ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ,ଜଙ୍ଗଲ ଅବକ୍ଷୟ ,ଗଛର ମହତ୍ତ୍ଵ ବିଷୟ ପାଇଁ ବର୍ଣ୍ଣନା କରିବା ସହିତ ସମସ୍ତେ ଶ୍ମଶାନ ଜମି,ଗ୍ରାମ ପରିସର ତଥା ନିଜ ନିଜ ବାଡ଼ିରେ ଗଛ ଲଗାଇବା ପାଇଁ କହିଥିଲେ। ଏବଂ ବିଗତ ଦିନରେ ବିଦ୍ୟାଳୟର ବୃକ୍ଷ ରୋପଣ, ବିଦ୍ୟାଳୟ ପରିବେଶ ଦେଖି ଖୁସି ପ୍ରକଟ କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କୋଡ଼ିଂଗା ବନାଞ୍ଚଳ ଅଧିନସ୍ଥ ବନପାଳ ଚନ୍ଦ୍ରଧ୍ଵଜ ନାଗ, ବନରକ୍ଷୀ ରଶ୍ମିତା ତ୍ରିପାଠୀ ,ଶିକ୍ଷକ/କର୍ମଚାରୀ କୃଷ୍ଣଚନ୍ଦ୍ର ପଣ୍ଡା,ପ୍ରଦୀପ୍ତ କୁମାର ବେହେରା, ରାମଚନ୍ଦ୍ର ଦାଶ, ସୁଜିତ କୁମାର ବିଶ୍ବାଳ,ବିଶ୍ବରଂଜନ ନାୟକ,ଈଶ୍ୱର ଗୌଡ଼,ଉଦୟ ରାଉତ,ଦିବାକର ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ।ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More