ଚିଚିଆ ଗାଁରେ ଘର ଝରକା ଭାଙ୍ଗି ନେଇଗଲେ ଲକ୍ଷାଧିକ ଟଙ୍କା, ସୁନା ଗହଣା, ଡକାୟତଙ୍କ ଟେର୍ ପାଉନି ପୋଲିସ

32

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ ) : – ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡି ଅଧିନ ଚିଚିଆ ଗାଁରେ ମଙ୍ଗଳବାର ରାତିରେ ଏକ ବଡ଼ଧରଣର ଡକାୟତି ହୋଇଥିବା ଅଭିଯୋଗ ହୋଇଛି । ଦୁଇ ଜଣ ଡକାୟତ ଗାଁର ୰ସୁରେନ୍ଦ୍ର ସରାପ (ମିନ) ସ୍ତ୍ରୀ ସଞ୍ଜୁ ସରାପଙ୍କ ଘରୁ ଲକ୍ଷାଧିକ ଟଙ୍କା, ସୁନା, ଆଦି ଚୋରି କରିଛନ୍ତି। ଏନେଇ ପୋଲିସ୍ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିବା ବେଳେ ଏଯାଏ କିଛି ସୁରାକ୍ ପାଇନଥିବା ଜଣାପଡ଼ିଛି । ସୂଚନାମତେ ମଙ୍ଗଳବାର ବିଳମ୍ବିତ ରାତିରେ ୰ ସୁରେନ୍ଦ୍ରଙ୍କ ଘରର ଝରକା ଭାଙ୍ଗି ପ୍ରାୟ ଦୁଇ ଜଣ ମୁଖାପିନ୍ଧା ଡକାୟତ ଘରକୁ ପଶିଥିଲେ। ଘରେ ପଶି ତେଜରି ଲକର ଖୋଲି ୪୦ ହଜାର ଟଙ୍କା, ୩ ଭରି ସୁନା ଆଦି ଚୋରି କରିନେଇଥିବା ଅଭିଯୋଗ ହୋଇଛି। ଏନେଇ ଦଶପୁର ଫାଣ୍ଡିରେ ଅଭିଯୋଗ କରାଯିବା ପରେ ପୋଲିସ୍ ସାଇଣ୍ଟିଫିକ୍‌ ଟିମ୍‌ ଓ ଡଗ୍‌ ସ୍କ୍ବାଡ୍ ସହ ଘଟଣାସ୍ଥଳକୁ ଆସି ତଦନ୍ତ କରିଛି। ଦଶପୁର ଫାଣ୍ଡି ଅଧିକାରୀ ଚନ୍ଦ୍ରହାସ୍ୟ ସାହୁ ପ୍ରମୁଖ ଘଟଣାର ସର୍‌ଜମିନ ତଦନ୍ତ କରିଛନ୍ତି। ସୂଚନା ଥାଉ କି କିଛି ମାସ ତଳେ ମଧ୍ଯ ଗୋଲାମୁଣ୍ଡା ଥାନା ଖମାର ହଳଦି ଗ୍ରାମର ଜଣେ ଲୋକଙ୍କ ଘରର କାନ୍ଥ ଫାଡ଼ି ଓ ପଞ୍ଜିଆ ଗାଁ ରେ ମଧ୍ୟ ଏକ ବଡ଼ ଧରଣର ଡକାୟତି ହୋଇଥିଲା। ଅଞ୍ଚଳରେ ଚୋରି ଡକାୟତି ବଢ଼ିବାରେ ଲାଗିଥିବାରୁ ଭୟର ବାତାବରଣ ସୃଷ୍ଟି ହୋଇଛି। ଏନେଇ ପୁଲିସ ପ୍ରଶାସନ ପକ୍ଷରୁ କଡ଼ାକଡ଼ି ପଦକ୍ଷେପ ନେବାକୁ ଦାବି ହୋଇଛି। କଳାହାଣ୍ଡି ଜିଲ୍ଲା କୋକସରାବ୍ଲକ ରୁ ପୁରୁଷୋତ୍ତମ ସିଂହ ରାଜପୁତ ଙ୍କସହ ନାରାୟଣ ପ୍ରସାଦ ନାଏକ ଙ୍କ ରିପୋର୍ଟ ସଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More