କଟକ(ସଂଘର୍ଷ ମିଡିଆ ) : : ନରସିଂହପୁର ବନ ବିଭାଗ ର ଅପାରଗତା ଯୋଗୁ ରାଜ୍ୟ ସରକାର ଆଜି ଏକ ମାଈ ହାତୀକୁ ହରେଇ ବସିଛନ୍ତି ନରସିଂହପୁର ପଶ୍ଚିମଞ୍ଚଳ ବନବିଭାଗ ଅଧୀନରେ ଥିବା ବାଲିକିୟାରୀ କମ୍ପାଟ ମେଣ୍ଟ ସଂରକ୍ଷିତ ଜଙ୍ଗଲରେ ଅସୁସ୍ଥ ହୋଇ ଏକ ମାଇ ହାତୀର ମୂର୍ତ୍ତୃ ଘଟିଛି ।ଏହି ମାଈ ହାତୀଟି ଦୀର୍ଘଦିନ ଧରି ଅସୁସ୍ଥ ହୋଇ ବୁଲୁଥିବା ବେଳେ ବନ ବିଭାଗ ର କୌଣସି ନଜର କୁ ଆସିନଥିଲା ହାତିଟି ହଠାତ ଅସୁସ୍ଥ ହୋଇ ରାସ୍ତା ର ନିକଟ ବର୍ତ୍ତୀ ରେ ପଡିଥିବାର ଦେଖିବାକୁ ମିଳିଥିଲା…!ଯାହା ଫଳରେ 2ତାରିଖ ରେ ଏହି ଅସୁସ୍ଥ ହାତୀକୁ ବନବିଭାଗ ପକ୍ଷରୁ ଚିକିତ୍ସା କରାଯାଇଥିଲା ନରସିଂହପୁର ପ୍ରାଣୀ ଚିକିତ୍ସା ବିଭାଗ ସତକୋଶିଆ ବନ୍ୟ ପ୍ରାଣୀ ସହିତ OUOT ପକ୍ଷରୁ ଯଦି ହାତୀର ଚିକିତ୍ସା କରାଯାଇଥିଲା ସେତେ ବେଳକୁ ହାତୀର ଅବସ୍ଥା ଅଧିକ ସ୍ୱାସ୍ଥ୍ୟ ବସ୍ଥା ବିଗିଡି ଯାଇଥିଲା..!ବନ ବିଭାଗ ର ଖାମ ଖିଆଲି ନୀତି ଯୋଗୁ ଆଜି ଓଡିଶା ସରକାର ଏକ ମାଈ ହାତୀକୁ ହରେଇଛନ୍ତି ବନ୍ୟ ପ୍ରାଣୀ ମାନଙ୍କ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ନରସିଂହପୁର ବନ ବିଭାଗ ଆଜି କୁମ୍ଭ କର୍ଣ୍ଣ ନିଦ୍ରାରେ ଶୋଇ ରହିଛି ।