ଚିକିତ୍ସା ଅବହେଳା ଯୋଗୁଁ ଶିଶୁ କନ୍ୟା ମୃତ

12

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – ୯ ମାସର ଗର୍ଭଧାରଣ ପରେ ଶିଶୁ କନ୍ୟାକୁ ପ୍ରସବ କରିଥିଲେ ମହିଳା ଜଣକ।ହସ୍ପିଟାଲରେ । ଉଭୟ ମା’ ଓ ସନ୍ତାନ ସୁସ୍ଥ ଥିଲେ।ସନ୍ତାନକୁ ପାଇ ମା’ ସବୁ ଦୁଃଖ କଷ୍ଟ ଭୁଲି ଯାଇଥିଲେ, କିନ୍ତୁ ଏହି ଖୁସି ବେଶି ସମୟ ରହି ନ ଥିଲା। ସଂସାର ଦେଖୁ ଦେଖୁ ଆଖି ବୁଜି ଦେଇ ଥିଲା ନିଷ୍ପାପ ଶିଶୁଟି । ୨୪ ଘଣ୍ଟାରେ ଥରେ ହେଲେ ଡାକ୍ତର କିମ୍ବା ନର୍ସ ଶିଶୁର ସ୍ୱାସ୍ଥ୍ୟ ବିଷୟରେ ବୁଝିବାକୁ ଆସିଲେ ନାହିଁ କହିଛନ୍ତି ହତଭାଗା ମା’। ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ଜଟାପାଣି ଗାଁ ର ସିଦ୍ଧାନ୍ତ ରଣାଙ୍କ ପତ୍ନୀ ଗତ ଗୁରୁବାର ଦିନ ଶିଶୁ କନ୍ୟାଟି ଜନ୍ମ ଦେଇଥିଲେ। ପରେ ତୁରନ୍ତ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଆଣି ମା ଓ ଶିଶୁ କନ୍ୟାକୁ ଭର୍ତ୍ତି କଲେ। ଶୁକ୍ରବାର ଦିନ ସାରା ଶିଶୁ କନ୍ୟାଟି ଠିକ୍ ଥିଲା କିନ୍ତୁ ମିଳିମିଳା ଟୀକା ଦେବା ପରେ ଠିକ୍ ଦୁଇ ଘଣ୍ଟା ପରେ ଶିଶୁ କନ୍ୟାର ଜୀବନ ଚାଲିଗଲା। ଶିଶୁର ମା, ବାପା ଓ ସମ୍ପର୍କୀୟ ଅଭିଯୋଗ କରିଛନ୍ତି ଯେ ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁଁ ଆଜି ମୋର ଶିଶୁର ଜୀବନ ଯାଇଛି। ଗତ କାଲି ଠାରୁ ନା ଡାକ୍ତର ନା ନର୍ସ କେହି ବି  ଦେଖିବା ପାଇଁ ଆସି ନାହାଁନ୍ତି। ୫ଟି ନାଁକୁ ମାତ୍ର ! ନା ଠିକ୍ ସେ ଫେନ୍ ଚାଲୁଛି ନା ନର୍ସ ଅଛନ୍ତି। ନର୍ସ ରୁମରେ ତାଲା ପଡିଛି। ଅନ୍ୟ ପଟେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ନର୍ସ ଯୋବା ମଣି ଟୁଡୁ ଡକ୍ଟର ଓ ନର୍ସ ନାହାଁନ୍ତି ଆମେ ଏତେ ରୋଗୀ ଦେଖିବୁ କିମିତି କହିଛନ୍ତି।  ନ୍ୟାୟ ପାଇଁ ପାଟି ତୁଣ୍ଡ ହେଉଥିବାରୁ ରାଇରଙ୍ଗପୁର ଟାଉନ୍ ଥାନାର ଆଇ ଆଇ ସି ସୁଚିନ୍ଦ୍ର ମାହାଲିକ୍ ଘଟଣା ସ୍ଥଳରେ ପହୁଞ୍ଚି ବୁଝା ଶୁଝା କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More