ଚିକିତ୍ସା ଅବହେଳାରୁ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

22

Get real time updates directly on you device, subscribe now.

ନରସିଂହପୁର ( ସଂଘର୍ଷ ମିଡିଆ ) : ରାଜ୍ୟ ସରକାର ଗ୍ରାମାଞ୍ଚଳରେ ସ୍ଵାସ୍ଥ୍ୟସେବା ଯୋଗାଇଦେବା ପାଇଁ ବ୍ୟାପକ ପଦକ୍ଷେପ ନେଉଥିବା ବେଳେ କଟକ ଜିଲ୍ଲା ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତି ସତେ ଯେମିତି ଆଖି ବୁଝି ଦେଇଥିବା ଦେଖିବାକୁ ମିଳିଛି । ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରଣ ପରେ ମଧ୍ୟ ସ୍ଵାସ୍ଥ୍ୟ ବିଭାଗ ସତେଯେମିତି ଶୋଇପଡିଛି କୁମ୍ଭକର୍ଣ୍ଣ ନିଦ୍ରାରେ। ନରସିଂହପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଉପରେ ଏକ ଲକ୍ଷରୁ ଉର୍ଧ ଲୋକ ନିର୍ଭର କରୁଥିବା ବେଳେ ୭ ଜଣ ଡାକ୍ତର ଜାଗାରେ ୩ ଜଣ ଡାକ୍ତରେ ମେଡିକାଲରେ ପାଳିରେ ଚାଲିଛି ଗୋଷ୍ଠୀ ଚିକିତ୍ସା କେନ୍ଦ୍ର । ଗୁରୁତର ରୋଗୀ ଚିକିତ୍ସା ନପାଇ କରୁଛନ୍ତି ମୃତ୍ୟୁ ବରଣ।ଘଟଣାରୁ ପ୍ରକାଶ ଯେ ନରସିଂହପୁର ବ୍ଲକ ଅର୍ନ୍ତର୍ଗତ ବାଲିସାହି ପଞ୍ଚାୟତର ଉପରକଟା ଗ୍ରାମର ସାରଥି ପ୍ରଧାନ ୪୨ ବର୍ଷ ଦିନମଜୁରିଆ ଭାବରେ କାମ କରନ୍ତି। ଗତକାଲି ବନବିଭାଗର ଜଗୁଆଳି ରମା ଓ ଦୁର୍ଯୋଧନ ଏହି ଦୁଇଜଣ ବ୍ୟକ୍ତି ସାରଥୀଙ୍କୁ ଦିନ ମଜୁରିଆ ହିସାବରେ ଜଙ୍ଗଲରେ ଗଛ କୋଡ଼ିବା ଲାଗି ନେଇଥିଲେ। ମାତ୍ର ଏକଘଣ୍ଟା କାମ ପରେ ଘରକୁ ଖବର ଆସିଲା ଯେ ସାରଥି ଙ୍କର ଦେହ ଖରାପ ହୋଇ ଗଛ ମୂଳରେ ବସିଛି । ପରିବାର ଲୋକେ ଏକ ଅଟୋରେ ନରସିଂହପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ସକାଳ ନଅଟା ବେଳକୁ ଆଣି ଥିଲେ। ସେଠାରେ ଡାକ୍ତର ନଥିବାରୁ କାନପୁରକୁ ପଠାଇ ଦେଇଥିଲେ। ମାତ୍ର ସେଠାରେ ଗୋଟିଏ ସାଲାଇନି ଓ ବଟିକା ଦେଇ ଆମ୍ବୁଲାନ୍ସ ଯୋଗେ ଆଠଗଡ ମେଡିକାଲକୁ ପଠାଇ ଦେଇଥିଲେ। ଆଠଗଡରୁ ଦିନ ଦୁଇଟା ପରେ କଟକ ମେଡିକାଲକୁ ପଠାଇ ଦିଆଯାଇଥିଲା। ମାତ୍ର ସେଠାରେ ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଚିକିତ୍ସା ଅବହେଳାରୁ ସାରଥିଙ୍କ ମୃତ୍ୟ ହୋଇଥିବା ତାଙ୍କ ସ୍ତ୍ରୀ ସଂଯୁକ୍ତା ପ୍ରଧାନ ଅଭିଯୋଗ କରିଛନ୍ତି । ତିନି ତିନୋଟି ଝିଅକୁ ନେଇ କେମିତି ଚଳିବେ ଏବେ ଚିନ୍ତାରେ ସଂଯୁକ୍ତା। ଉକ୍ତ ପରିବାରକୁ ସରକାରଙ୍କ କିଛି ଆର୍ଥିକ ସହାୟତା ଯୋଗାଇଦେବା ସହିତ ନରସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ଦେବାକୁ ସଧାରଣରେ ଦାବୀ ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More