ଚାଷ ଜମିରୁ ଅଜଗର ସାପ ଉଦ୍ଧାର

14

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : ନବରଙ୍ଗପୁର ଜିଲା ଡାବୁଗାଁ ବନ ବିଭାଗ ଦ୍ଵାରା ଗୁରୁବାର ଏକ ଅଜଗର ସାପ ଉଦ୍ଧାର କରାଯାଇଛି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ଅଧୀନ କୁସୁମବନ୍ଧ ଗ୍ରାମ ପାଖ ଚାଷ ଜମିରେ ଏକ ଅଜଗର ସାପ ଥିବା ଲୋକେ ଦେଖିଥିଲେ | ଲୋକେ ସଙ୍ଗେ ସଙ୍ଗେ ଡାବୁଗାଁ ବନ ବିଭାଗକୁ ଖବର ଦେଇଥିଲେ | ଡାବୁଗାଁ ବନାଞ୍ଚଳ ଅଧିକାରୀ ସେତୁରଞ୍ଜନୀ ଗମଙ୍ଗୋ ଙ୍କ ନିର୍ଦ୍ଦେଶ କ୍ରମେ ବନ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଅଜଗର ସାପ ଟିକୁ ଉଦ୍ଧାର କରିଥିଲେ | ପରେ ଡାବୁଗାଁ ପ୍ରାଣୀ ଚିକିତ୍ସାଳୟରେ ଭରପ୍ରାପ୍ତ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ସାରସ୍ଵତ ସାହୁ ଚିକିତ୍ସା କରିବା ପରେ ଉକ୍ତ ସାପଟିକୁ ପୁନଶ୍ଚ ଜଙ୍ଗଲରେ ଛଡା ଯାଇଥିଲା । ୭.୫ ଫୁଟ ଲମ୍ବାର ଅଣ୍ଡିରା ସାପ ହୋଇଥିବା ଜଣାପଡିଛି । ଏଥିରେ ଡାବୁଗାଁ ଭରପ୍ରାପ୍ତ ବନପାଳ ପ୍ରକାଶ ସରକାର, ବନରକ୍ଷୀ ସରସ୍ଵତୀ ମେହେର, କାର୍ତ୍ତିକ ମାଝି ଓ ଅନ୍ୟ କର୍ମଚାରୀମାନେ ସାମିଲଥିଲେ । ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ୍ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More