ନରସିଂହପୁର ( ସଙ୍ଘତ୍ସ ମିଡିଆ ) : ନରସିଂହପୁର ବ୍ଲକ ଅର୍ନ୍ତର୍ଗତ କାକୁଡ଼ିଆ ଗ୍ରାମର ଘୋରାଢିଆ ଠାରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ମେଗା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଅଞ୍ଚଳରେ ଥିବା ଶହଶହ ହେକ୍ଟର ଚାଷଜମିକୁ ପାଣି ଓ ପିଇବାପାଣି ଯୋଗାଇ ଦେବାପାଇଁ ମେଗା ଜଳସେଚନ ପ୍ରକଳ୍ପ ; ହେଲେ ଜଳସେଚନ ପ୍ରକଳ୍ପ ଦ୍ବାରା ନା ଲୋକେ ପାଉଁଛନ୍ତି ପିଇବାପାଣି ନା ଚାଷ ଜମିକୁ ମାଡୁଛି ପାଣି ଫଳରେ ଆଜି ଗ୍ରାମର ଲୋକେ ତାତି ପକାଇଛନ୍ତି ଜଳସେଚନ ପ୍ରକଳ୍ପରେ ତାଲା ପକାଇଛନ୍ତି । ତେବେ ଘଟଣାରୁ ପ୍ରକାଶ ଯେ କାକୁଡିଆ ଗ୍ରାମରେ ଉକ୍ତ ମେଗା ପ୍ରକଳ୍ପ ନିର୍ମାଣ କରାଯାଇଥିବା ବେଳେ କାକୁଡିଆ ଗ୍ରାମବାସୀଙ୍କ ଚାଷ ଜମିକୁ ପାଣି ଯାଉ ନଥିବା ବେଳେ ସେହି ଗ୍ରାମ ନିକଟସ୍ଥ ଗ୍ରାମକୁ ପାଣି ଯାଉଥିବାରୁ ଗ୍ରାମବାସୀ ଏହାକୁ ବିରୋଧ କରି ମେଗା ପ୍ରକଳ୍ପର ପମ୍ପ ହାଉସରେ ପକାଇଛନ୍ତିତାଲା ।ଫଳରେ କାର୍ଯ୍ଯାଳୟରେ କାର୍ଯ୍ଯରତ କର୍ମଚାରୀ ମାନେ ବାହାରେ ରହିଛନ୍ତି । ଘଟଣାକୁ ୫ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଘଟଣା ସ୍ଥଳରେ ଏଯାଏଁ କୈଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନାହାଁନ୍ତି।ଯେ ପର୍ଯ୍ୟନ୍ତ କାକୁଡିଆ ଗ୍ରାମକୁ ପାଣି ନ ଯୋଗାଇ ଦିଆଯାଇଛି ସେ ପର୍ଯନ୍ତ ଏଭଳି ଆନ୍ଦୋଳନ ଚାଲୁ ରହିବ ବୋଲି କହିଛନ୍ତି ଗ୍ରାମବାସୀ।
Get real time updates directly on you device, subscribe now.