ନରସିଂହପୁର ( ସଂଘର୍ଷ ମିଡିଆ ) : ନରସିଂହପୁର ବ୍ଲକ ଅର୍ନ୍ତର୍ଗତ କାଠଖୁଣ୍ଟ ଗ୍ରାମର କାଠଖୁଣ୍ଟ ଠାରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ମେଗା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଅଞ୍ଚଳରେ ଥିବା ଶହଶହ ହେକ୍ଟର ଚାଷଜମିକୁ ପାଣି ଓ ପିଇବାପାଣି ଯୋଗାଇ ଦେବାପାଇଁ ମେଗା ଜଳସେଚନ ପ୍ରକଳ୍ପ ହେଲେ ଜଳସେଚନ ପ୍ରକଳ୍ପ ଦ୍ବାରା ନା ଲୋକେ ପାଉଁଛନ୍ତି ପିଇବାପାଣି ନା ଚାଷ ଜମିକୁ ମାଡୁଛି ପାଣି ଫଳରେ ଆଜି ଗ୍ରାମର ଲୋକେ ରାଗିଯାଇ ପକାଇଛନ୍ତି ଜଳସେଚନ ପ୍ରକଳ୍ପ ରେ ତାଲା ।ତେବେ ଘଟଣାରୁ ପ୍ରକାଶ ଯେ କାଠଖୁଣ୍ଟ ଗ୍ରାମରେ ଉକ୍ତ ମେଗା ପ୍ରକଳ୍ପ ନିର୍ମାଣ କରାଯାଇଥିବା ବେଳେ କାଠଖୁଣ୍ଟ ଗ୍ରାମବାସୀଙ୍କ ଚାଷ ଜମିକୁ ପାଣି ଯାଉ ନଥିବା ବେଳେ ସେହି ଗ୍ରାମ ନିକଟସ୍ଥ ଗ୍ରାମକୁ ପାଣି ଯାଉଥିବାରୁ ଗ୍ରାମବାସୀ ଏହାକୁ ବିରୋଧ କରି ମେଗା ପ୍ରକଳ୍ପ ର ପମ୍ପ ହାଉସରେ ପକାଇଛନ୍ତିତାଲା ।ଫଳରେ କାର୍ଯ୍ଯାଳୟ ରେ କାର୍ଯ୍ଯରତ କର୍ମଚାରୀ ମାନେ ବାହାରେ ରହିଛନ୍ତି।ଘଟଣାକୁ ୫ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଘଟଣା ସ୍ଥଳରେ ଏଯାଏଁ କୈଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନାହାଁନ୍ତି।ଯେ ପର୍ଯ୍ୟନ୍ତ ନଦୀ କୁଳିଆ ଜମିକୁ ପାଣି ନ ଯୋଗାଇ ଦିଆଯାଇଛି ସେ ପର୍ଯନ୍ତ ଏଭଳି ଆନ୍ଦୋଳନ ଚାଲୁ ରହିବ ବୋଲି କହିଛନ୍ତି ଗ୍ରାମବାସୀ। ସଞ୍ଜୟ ପଟ୍ଟନାୟକ ସହ ନରସିଂହପୁର ଅରବିନ୍ଦ ପ୍ରଧାନ