ଚାଷ ଜମିକୁ ଜଳସେଚନ ଦାବିରେ ରାସ୍ତା ଅବରୋଧ କଲେ ଚାଷୀ

44

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ) : – ଚାଷ ଜମିକୁ ଜଳସେଚନ ଦାବିରେ ଆଜି ରାଜ ରାସ୍ତାକୁ ଅବରୋଧ କରି ଗର୍ଜିଛନ୍ତି କୋକସରା ବ୍ଲକ ଦଣ୍ଡପାଟ କୃଷକ ସଂଘ ଓ ଚାଷୀକୂଳ। ୨୬ ନମ୍ବର ଜାତୀୟ ରାଜପଥର କୋକସରା ବ୍ଳକ କୁସୁମଖୁଣ୍ଟି ଠାରେ ଦଣ୍ଡପାଟ କୃଷକ ସଂଘ ପକ୍ଷରୁ ଇନ୍ଦ୍ରାବତୀ ମେଗା ଉଠାଜଳସେଚନ କେନାଳରୁ ଚାଷୀଙ୍କ ଜମିରେ ଜଳସେଚନ କରିବା ଦାବି କରି ରାସ୍ତା ଅବରୋଧ କରାଯାଇଥିଲା। ଦୀର୍ଘ ସାଢ଼େ ପାଞ୍ଚ ଘଣ୍ଟାର ଚାଷୀଙ୍କ ଆନ୍ଦୋଳନ ଫଳରେ ରାସ୍ତାର ଉଭୟ ପଟେ ଶତାଧିକ ଯାନବାହାନ ଅଟକି ରହିଥିଲା। ଆନ୍ଦୋଳନକାରି ମାନଙ୍କୁ ଲିଖିତ ପ୍ରତିଶ୍ରୁତି ମିଳିବା ପରେ ରାସ୍ତା ଅବରୋଧ ହଟି ଯାନବାହାନ ଚଳାଚଳ ସ୍ବାଭାବିକ ହୋଇଥିଲା। କୋକସରା ବ୍ଳକର ଡହଗାଁ, ମୁଷାପାଲି, ଡାଲଗୁମା ଓ ଧର୍ମଗଡ଼ ବ୍ଳକର ତରାପୁର ପଞ୍ଚାୟତର ଚାଷୀଙ୍କ ଜମିରେ ରବିଚାଷ ସମୟରେ ଉଠା ଜଳସେଚନ ପ୍ରକଳ୍ପରୁ ଜଳ ଯୋଗାଣ କରିବା ଦାବି ନେଇ ଗତ ମଙ୍ଗଳବାର ଦିନ ଶତାଧିକ ଚାଷୀ ବିଭାଗୀୟ ନିର୍ବାହୀ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରି ଡିଏମ୍ ୧୪ ରେ ଥିବା ଚାଷୀଙ୍କ ଜମିରେ ଜଳ ସେଚନ କରିବା ପାଇଁ ଦାବୀ କରିଥିଲେ। ଏବଂ ଦାବି ପୂରଣ ନହେଲେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଥିଲେ। ଏ ନେଇ ଆଜି କୁସୁମଖୁଣ୍ଟି ଉପର ଇନ୍ଦ୍ରାବତୀ ଉଠା ମୁଖ୍ୟବନ୍ଧ ବିଭାଜନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିଥିଲେ। ଦୀର୍ଘ ଘଣ୍ଟାଏ ପରେ ମଧ୍ୟ ଚାଷୀଙ୍କ ସହ ବିଭାଗୀୟ ଅଧିକାରୀ କୌଣସି ଆଲୋଚନା କରି ନଥିଲେ। ଏହାପରେ ୨୬ ନମ୍ବର ଜାତୀୟ ରାଜପଥକୁ ଚାଷୀମାନେ ଅବରୋଧ କରି ଆନ୍ଦୋଳନ କରିଥିଲେ। ବିଭାଗୀୟ ଅଧିକାରୀ, କୃଷକ ମଞ୍ଚ, ପ୍ରଶାସନ ର ଆଲୋଚନା ପରେ ଇନ୍ଦ୍ରାବତୀ ନିର୍ବାହୀ ଯନ୍ତ୍ରୀ ଙ୍କ ନିର୍ଦେଶ କ୍ରମେ ଡ୍ୟାମ ଚଉଦ ର ପ୍ରାୟ ତିନିହଜାର ହେକ୍ଟର ଜମିକୁ ଜଳଯୋଗାଣ କରାଯିବ ବୋଲି ଲିଖତ ପ୍ରତିଶୃତି ଦେବା ପରେ ରାସ୍ତା ଅବରୋଧ ହଟିଲା । ଧାନ ଚାଷକୁ ପ୍ରାଧାନ୍ୟ ଦେଉଥିବା ଏହି ତିନିଗୋଟି ପଞ୍ଚାୟତକୁ ସୁଚାରୁ ରୂପେ ଜଳସେଚନ କଲେ ଚାଷୀକୁଳ ଉପକୃତ ହେବା ସଙ୍ଗେ ଆର୍ଥିକ ସ୍ଥିଥି ସୁଧୁରି ଯିବ ବୋଲି ଚାଷୀମାନେ କହିଛନ୍ତି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରୁ ପୁରୁଷୋତ୍ତମ ସିଂହ ରାଜପୁତଙ୍କ ସହ ନାରାୟଣ ପ୍ରସାଦ ନାୟକଙ୍କ ରିପୋର୍ଟ ସଂଘର୍ଷ ନ୍ଯୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More