ଗଜପତି (ସଂଘର୍ଷ ମିଡିଆ) : – – ଗଜପତି ଜିଲ୍ଲାରେ ଖରିଫ ଋତୁ ସକାଶେ ଧାନ ବିକ୍ରି ପାଇଁ ଚାଷୀ ପ୍ରସ୍ତୁତ ରହିଛି।ଅଦିନିଆ ବର୍ଷାରେ ଚାଷୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇ ଥିବା ବେଳେ ବର୍ତ୍ତମାନ ଚାଷୀ ଧାନ ସଂଗ୍ରହ କରି ସରକାରଙ୍କ କହିବା ଅନୁସାରେ ସଫା ସୁତୁରା କରି ଏଫଏକ୍ୟୁ ମାନର ଧାନ ପ୍ରସ୍ତୁତ ରହିଛି। ଆଗକୁ ମକର ସଂକ୍ରାନ୍ତି ଥିବାରୁ ଧାନକୁ ଆନ୍ଧ୍ରକୁ ନିଜର କଷ୍ଟ ଅର୍ଜିତ ଧାନକୁ ଶାଗ ମାଛ ଦରରେ ବିକ୍ରି କରିଦେଉଛନ୍ତି। ଆଗକୁ ସରକାର ଯଥାଶୀଘ୍ର ଚାଷୀଙ୍କ ଧାନ କିଣିବାକୁ ଚାଷୀ ଅନୁରୋଧ କରିଛନ୍ତି। କଟନି ଛଟନୀ ନ କରିବା ପାଇଁ ଚାଷୀ ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି। ଗଜପତିରୁ ବିବେକାନନ୍ଦ ବେହେରା ।