କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : – ଚଳିତ ବର୍ଷ ଜୱାଦ ବାତ୍ୟା ଯୋଗୁ ପଟ୍ଟାମୁଣ୍ଡାଇ ଅଂଚଳ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ହଜାର ହଜାର ଚାଷୀମାନଙ୍କ ହଜାର ହଜାର ହେକ୍ଟର ଚାଷଜମି ଜୱାଦ ବାତ୍ୟାରେ ନଷ୍ଟ ହୋଇଥିବା ନେଇ ରାଜ୍ୟ ଓ କେନ୍ଦ୍ରରୁ ଆସି ଅନୁଧ୍ୟାନ କରିଥିଲେ। କିନ୍ତୁ ଏଯାଏଁ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସରକାରୀ ସହାୟତା ମିଳିପାରିନାହିଁ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଯୋଗାଇବା ପାଇଁ ଘୋଷଣା କରିଥିଲେ। ତଦନ୍ତ ଅନୁଯାୟୀ ପଟ୍ଟାମୁଣ୍ଡାଇ ତହସିଲକୁ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସହାୟତା ସରକାରୀ ଅର୍ଥ ଆସିଛି। ପଟ୍ଟାମୁଣ୍ଡାଇ ତହସିଲଦାର ଚାଷୀଙ୍କ ବ୍ୟାଙ୍କର ଜମା ଖାତାକୁ ବିଭିନ୍ନ ବ୍ୟାଙ୍କ ଜରିଆରେ ସହାୟତା ରାଶି ପଠାଇଛନ୍ତି। କିନ୍ତୁ ଏଯାଏଁ ଚାଷୀମାନେ ସରକାର ଘୋଷଣା କରିଥିବା କୈାଣସି ସହାୟତା ରାଶି ପାଇବାରୁ ବଂଚିତ ହୋଇଛନ୍ତି। ସେ ପେରିପେକ୍ଷୀରେ ଆଜି ପଟ୍ଟାମୁଣ୍ଡାଇ ସାମ୍ବାଦିକି ସଂଘ ପକ୍ଷରୁ ବହୁ ସାମ୍ବାଦିକି ମାନେ ଏକତ୍ରିତ ହୋଇ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜ ଙ୍କୁ ଭେଟି ଜୱାଦ ବାତ୍ୟାରେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କେମିତି ତୁରନ୍ତ ସହାୟତା ରାଶି ଯୋଗାଇ ଦିଆଯିବ ଦୁଇପୃଷ୍ଟା ବିଶିଷ୍ଟ ଏକ ଦାବିପତ୍ର ଦେଇଥିବା ଦେଖିବାକୁ ମିଳିଛି। ପଟ୍ଟାମୁଣ୍ଡାଇ ଅଞ୍ଚଳ ରେ ଅସହାୟ, ଗରିବ, ଚାଷୀମାନଙ୍କ ପାଇଁ ସଦା ସର୍ବଦା ପଟ୍ଟାମୁଣ୍ଡାଇ ସାମ୍ବାଦିକ ସଂଘ ରହିବ ବୋଲି କହିଛନ୍ତି ସଂଘର ସଭାପତି ଜଗନ୍ନାଥ ଆଚାର୍ଯ୍ୟ ଓ ସଂଘର ସମ୍ପାଦକ ଅନିଲ ଚୈଧୁରୀ। ସାତଦିନ ମଧ୍ୟରେ ସମସ୍ତ ଚାଷୀମାନଙ୍କ ବ୍ୟାଙ୍କ ଜମା ଖାତାକୁ ସହାୟତା ରାଶି ପଠାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ଅମ୍ରିତ ରୁତୁରାଜ।(ପଟ୍ଟାମୁଣ୍ଡାଇରୁ ସୂର୍ଯ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)