ଚାଷୀଙ୍କ ବିଭିନ୍ନ ସମସ୍ୟା ଜିଲ୍ଲାପାଳଙ୍କୁ ଜଣାଇଲେ ଚାଷୀ ସଂଘର ସଭାପତି ବୃନ୍ଦାବନ ତ୍ରିପାଠୀ

21

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ନନ୍ଦାହାଣ୍ଡି ବ୍ଲକର ବର୍ଷୀୟାନ ନନ୍ଦାହାଣ୍ଡି ଚାଷୀନେତା ବୃନ୍ଦାବନ ତ୍ରିପାଠୀ ଙ୍କ ସମେତ ଅନେକ ଜନସାଧାରଣ ଗତ ତା ୧୪ ନଭେମ୍ବର ୨୦୨୨ ରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ରେ ଚାଷୀ ଙ୍କ ସମସ୍ୟା କୁ ଲିଖିତ ଭାବେ ଜଣେଇଥିଲେ। ବୃହତ ମେଗା ଉଠାଜଳସେଚନ ପ୍ରକଳ୍ପ ଦ୍ଵାରା ରବି ରୁତୁରେ ଜମିକୁ ପାଣି ଜୋଗାଇଦେବା ନବରଙ୍ଗପୁର ଆରଏମସି ପକ୍ଷରୁ ସରୁଗୁଡା ଠାରେ ଚାଷୀମାନଙ୍କ ପାଇଁ ସୁବିଧା ସୁଯୋଗ ଧାନ ମଣ୍ଡି, ଗୋଦାମ ଗୃହ ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବା ସାଙ୍ଗକୁ ମନ୍ଥର ଗତି ରେ ହେଉଥିବା ବେଳେ ଏହି କାମ ଶିଘ୍ର ସାରିବା ଭଳି ଦାବି ନେଇ ଚାଷୀ ନେତା ଶ୍ରୀ ବୃନ୍ଦାବନ ତ୍ରିପାଠୀ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ଆସନ୍ତା ମାସ ଡିସେମ୍ବର ୧୦ରୁ ଧାନ ମଣ୍ଡି ଆରମ୍ଭ ହେବାକୁ ଜିଲ୍ଲା ସ୍ତରୀୟ ବୈଠକ ରେ ଜିଲ୍ଲାପାଳ ସୂଚନା ଦେଇଥିଲେ। ଏପଟେ ଗତ ମାସରେ ହେବାକୁ ଥିବା ନନ୍ଦାହାଣ୍ଡି ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ବୈଠକ ଜନସାଧାରଣଙ୍କ ଅନୁପସ୍ଥିତି ଯୋଗୁଁ ବନ୍ଦ କରାଯାଇଥିଲା। ସେହି ବୈଠକ କେବେ ହେବ? ବୋଲି ପ୍ରଶ୍ନ କରିବା ସହିତ ଅନ୍ୟ ସମସ୍ୟା ଉପରେ ଜିଲ୍ଲାପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ଏହାର ସମାଧାନ କରିବା ନିମନ୍ତେ ଚାଷୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବି କରାଯାଇଥିଲା। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More