ଚାଷଜମି ଫାଟି ଆଁ ,ଚାଷୀ ମୁଣ୍ଡରେ ଚଡକ

16

Get real time updates directly on you device, subscribe now.

ଆଙ୍କର:- ମାହାଙ୍ଗା ଠାରେ ଗୋଟିଏ ପଟ କେନାଲ ପ୍ରାୟ 100 ଫୁଟୁର ଘାଇ ହେବାଫଳରେ ପଟ୍ଟାମୁଣ୍ଡାଇ କେନାଲରେ ନାହିଁ ବୁନ୍ଦାଏ ପାଣି । ଚାଷଜମିରେ ପାଣି ଅଭାବରୁ ଧାନଫସଲ ହୋଇଥିବା ଖେତ ଫାଟି ଆଁ । ଏନେଇ ମୁଣ୍ଡରେ ହାତ ଦେଲେଣି ଚାଷୀ। ଖାଲି ସେତିକି ନୁହେଁ ଠିକ୍ ରେ ଚାଷ ଜମିରେ ପାଣି ନହେବା କାରଣରୁ ସନ୍ତସନ୍ତିଆ ଜମିରେ ପୋକ ମାନଙ୍କ ଉପଦ୍ରବରେ ଶତାବ୍ଦୀକ ଚାଷୀମାନେ ଏବେ ଚିନ୍ତାରେ। ଏଭଳି ଘଟଣା ଦେଖିବାକୁ ମିଳିଛି ପଟ୍ଟାମୁଣ୍ଡାଇ ଅଞ୍ଚଳର ବହୁ ପଞ୍ଚାୟତରେ। ଦେଖନ୍ତୁ ଏହି ଦୃଶ୍ୟକୁ କେମିତି ଧାନ ଥୋଡ ବାହାରିବା ସମୟରେ କେନାଲରେ ନାହିଁ ଟୋପାଏ ପାଣି ବିଲ ଫାଟି ଆଁ। ସେତିକି ନୁହେଁ ଯେଉଁ ଧାନକିଆରି ସନ୍ତସନ୍ତିଆ ଅଛି ଅଜଣା ପୋକଙ୍କ ପାଦୃଭାବ ଯୋଗୁଁ ଧାନଗଛ ହଳଦିଆ ପଡିଯାଉଛି। ନିରିହ ଚାଷୀମାନେ ହଜାର ହଜାର ଟଙ୍କା ଲୋନ୍ ଆଣିବା ସହିତ ହାତ ଉଧାରି କରି ଚାଷରେ ଖର୍ଚ୍ଚ କରିଥିବା ବେଳେ ଏବେ ଚିନ୍ତାରେ ଚାଷୀ। ଆପଣମାନେ ଜାଣିଥିବେ ଚାଷୀ ବଞ୍ଚିଲେ ଦେଶ ବଞ୍ଚିବ କିନ୍ତୁ ନିରିହ ଚାଷିଟିଏ ‌ହଜାର ହଜାର ଟଙ୍କା ଖର୍ଚ୍ଚ କରି ଏଭଳି ପରିସ୍ଥିତିରେ ପଡିଲେ ସେ ରୁଣ ଭାର ସୁଜି ନପାରି ଆତ୍ମହତ୍ୟା କରିଥାଏ। ଏହି ନିରିହ ଚାଷିମାନଙ୍କ ଉପରେ କେତେବେଳେ ଦୈବଦୃବିପାକ ଦାଉସାଜେ ତ କେତେବେଳେ ଅଜଣା ପୋକ ଆଉ ଏବେ କେନାଲର ପାଣି। କଥାରେ ଥିଲା ଚାଷ ଅଛି ଯାହାର କି ଆନନ୍ଦ ତାହାର, କିନ୍ତୁ ଏବେ ଓଲଟା ଚାଷ ଅଛି ଯାହାର ସବୁ ଦୁଃଖ ତାହାର। ଯଦି କେନାଲରେ ହୋଇଥିବା ଘାଇଟିକୁ ପ୍ରଶାସନ ଯଦି ଯୁଦ୍ଧ କାଳୀନ ଭିତରେ ମରାମତି କରିଥାନ୍ତେ ଆଜି ନିରିହ ଚାଷୀଙ୍କୁ ଏଭଳି ଦୁଃଖ ଦେଖିବାକୁ ପଡିନଥାନ୍ତା।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More