ଚାଳ ଘରେ ମୁଣ୍ଡ ଗୁଞ୍ଜିଛନ୍ତି ଭିନ୍ନକ୍ଷମ ପରିବାର

14

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : -ଜଗତସିଂହପୁର ରଘୁନାଥପୁର ବ୍ଲକ ଅନ୍ତର୍ଗତ ଜିରା ଗ୍ରାମର ରମେଶ ସେଠୀଙ୍କ ପୁଅ ସନ୍ତୋଷ ସେଠୀ ( ୨୨) ବର୍ଷର ଯୁବକ ଜଣେ ସାରିରୀକ ବିକଳାଙ୍ଗ ଭିନ୍ନକ୍ଷମ ଅଟନ୍ତି। ଦୁଇ ଗୋଡ଼ ସମ୍ପୁର୍ଣ୍ଣ ବଙ୍କା ହେଇଥିବା ବେଳେ ଚଲା ବୁଲା କରିବାରେ ସମ୍ପୂର୍ଣ ଭାବେ ଅକ୍ଷମ।କଥା କହିବାର ଶକ୍ତି ମଧ୍ୟ ହରାଇ ବସିଛି। ତାହା ସହିତ ଗୋଟିଏ ଆଖିକୁ ଦେଖାଯାଉନାହିଁ। ଛୋଟ ପିଲା ପରି ବାପା ମା ସନ୍ତୋଷଙ୍କ ପାଖେ ପାଖେ ଜଗି ରହି ସନ୍ତୋଷର ସେବା ଯତ୍ନ କରିବାକୁ ପଡୁଛି। ସନ୍ତୋଷ ଙ୍କ ଭିନ୍ନକ୍ଷମ ପ୍ରମାଣ ପତ୍ରରେ ୯୦ ପ୍ରତିଶତ ଭିନ୍ନକ୍ଷମ ବୋଲି ଦର୍ଶା ଯାଇଛି ।ପାଖରୁ ଦେଖିଲେ ମନରେ କୋହ ଓ ଆଖିରେ ଲୁହ ଆସିଯିବ। ଏହି ଭଳି ସ୍ପର୍ଶ କାତର ଘଟଣା ଶୁଣି ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଶିର୍ବାଦ ସେବା ସଂଗଠନର ସଭାପତି ଜଗନ୍ନାଥ ବେହେରା ବିଜେଦ୍ର ଦାସ ସେହି ଗ୍ରାମର ଯୁବକ ଶ୍ରଦ୍ଧାନନ୍ଦ ଜେନା ଆଜି ତାଙ୍କ ଘରେ ପହଞ୍ଚି ଏହି ଭଳି ଘଟଣା ଦେଖି ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଜାଣିବାକୁ ପାଇଲେ ଯେ ରମେଶ ଜଣେ ଦଳିତ ପରିବାରର ଦିନ ମଜୁରିଆ ଅଟନ୍ତି। ତାଙ୍କର ଆର୍ଥିକ ଅବସ୍ଥା ଶୋଚନୀୟ। ସନ୍ତୋଷଙ୍କୁ ସବୁ ବେଳେ ଜଗିବାକୁ ପଡୁ ଥିବାରୁ ମୂଲ ମଜୁରୀ ଲାଗି ପରିବାର ପ୍ରତି ପୋଷଣ କରିବାରେ ରମେଶଙ୍କୁ ନାନା ପ୍ରକାର ଅସୁବିଧା ହେବାକୁ ପଡୁଛି। ଅନ୍ୟପଟେ ମୁଣ୍ଡ ଗୁଞ୍ଜିବାକୁ ପକ୍ମା ଘରଟିଏ ନ ଥିବାରୁ ଝଡ଼ ବର୍ଷା ବାତ୍ୟା ସମୟରେ ପର ଘରେ କିମ୍ବା ସ୍କୁଲ ଘରେ ମୁଣ୍ଡ ଗୁଞ୍ଜିବାକୁ ପଡୁଛି। ଆଜି ପର୍ଯ୍ୟନ୍ତ କୈାଣସି ଇନ୍ଦିରା ଆବାସ ଟିଏ ହେଉ ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ ସବୁ ସରକାରୀ ଯୋଜନାରୁ ବଞ୍ଚିତ ଅଛନ୍ତି ରମେଶ। ବର୍ତମାନ ସନ୍ତୋଷଙ୍କୁ ଚଳପ୍ରଚଳ କରିବା ଲାଗି ନିହାତି ହୁଇଲ ଚେୟାର ଟିଏ ଆବଶ୍ୟକ ହେଉଥିବା ବେଳେ ପରିବାରକୁ ମୁଣ୍ଡ ଗୁଞ୍ଜିବାକୁ ଏକ ପକ୍କା ଘର ଟିଏ ଆବଶ୍ୟକ ବୋଲି ସଂଗଠନର ସଭାପତି ଶ୍ରୀ ବେହେରା ଜିଲ୍ଲା ପ୍ରଶାସନକୁ ଦାବି କରିଛନ୍ତି। ଜଗତସିଂହପୁର ରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଂଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More