ଚାଲାଣ ସମୟରେ ବଜ୍ରକାପ୍ତା ଉଦ୍ଧାର: ୮ ଗିରଫ

14

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ବନଖଣ୍ଡ ଓ ରାଇରଙ୍ଗପୁର ବନଖଣ୍ଡ ପକ୍ଷରୁ ମିଳିତ ଚଢଉ କରାଯାଇ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଘଟଣାରେ ରାଇରଙ୍ଗପୁର ନିକଟରୁ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସେମାନଙ୍କ ପାଖରୁ ଗୋଟିଏ ବୋଲୋରୋ ଗାଡ଼ି, ଗୋଟିଏ ସ୍କୁଟି ଓ ୮ଟି ମୋବାଇଲ ଫୋନ ଜବତ କରାଯାଇଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ବନଖଣ୍ଡ ଉପ ନିର୍ଦ୍ଦେଶକ ସମ୍ରାଟ ଗୌଡ ଏହି ସୂଚନା ଦେଇଛନ୍ତି । ବଜ୍ରକାପ୍ତା ବିକ୍ରି ମୂଲଚାଲ ସମୟରେ ବନବିଭାଗ ପୂର୍ବ ସୂଚନା ଅନୁସାରେ ଯୋଜନାବଦ୍ଧ ଭାବେ ଏହି ସଫଳତା ପାଇଛି। ଅଭିଯକ୍ତ ମାନେ ହେଲେ ପଡୋଶୀ ଝାଡଖଣ୍ଡ ରାଜ୍ୟର ଶୟନା ସର୍ଦ୍ଧାର (୨୮), ରମେଶ୍ୱର ସର୍ଦ୍ଦାର (୩୩),ଚୁନୁ ଗାଗରାୟ(୩୩), ମାଗତା ଗୋପ(୩୦), ଲାଖି ଚରଣ ସର୍ଦ୍ଧାର(୩୦), ଗର୍ବେଟ କାରୁଆ(୩୩),ସେଲାଇ ଚରଣ ବିରୁଲି(୩୨), ମନି ନାଗ(୪୨) ପ୍ରମୁଖ । ଗିରଫ ହୋଇଥିବା ୮ଜଣ ଅଭିଯୁକ୍ତଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି । ଚଢ଼ାଉ ସମୟରେ। ବନ ବିଭାଗର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ବନଖଣ୍ଡ ଉପ ନିର୍ଦ୍ଦେଶକ ସମ୍ରାଟ ଗୌଡ, ବାରିପଦା ଆର ସିସି ଏଫ୍ ହରିତ୍ କୁମାର ପିଙ୍ଗଙ୍କ ସମେତ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ବନଖଣ୍ଡ ଓ ରାଇରଙ୍ଗପୁର ବନଖଣ୍ଡ ପକ୍ଷରୁ ମିଳିତ ଚଢଉ କରାଯାଇଥିଲା ।ଅଭିଯୁକ୍ତ ମାନେ ପଡୋସୀ ଝାରଖଣ୍ଡ ରାଜ୍ୟର ସଢ଼େଇକଳା,ଖରସୁଆଁ, ପୂର୍ବ ଓ ପଶ୍ଚିମ ସିଂଭୂମ ଜିଲ୍ଲାର ବୋଲି ଜଣା ଯାଇଛି।ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More