ଚାରି ବୃକ୍ଷ କୋଳରେ ଭଗବାନଙ୍କ ବିଭିନ୍ନ ଛବି

13

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) ; - ବୌଦ୍ଧ ବ୍ଲକ ତେଲିବନ୍ଧ ପଂଚାୟତ ରାମପୁର ମାରୁତି ମଠଠାରେ ବହୁ ଦିନ ପୂର୍ବର ଏକ ମହୁଲ ବୃକ୍ଷ ଅଛି l ଏହି ବୃକ୍ଷ ଉପରେ ବର,ପିପ୍ପଳ,ମହୁଲ , ଲିମ୍ବ ଆଦି ବୃକ୍ଷ ସଙ୍ଗମ ହୋଇଥିବା ବେଳେ ସେଇ ମହୁଲ ବୃକ୍ଷ ଉପରେ ଭଗବାନ କୃଷ୍ଣଙ୍କ ମୂର୍ତ୍ତି ଥିବା ମନମୁଣ୍ଡା ଥାନା ମନୁପାଲି ଗ୍ରାମର ଚିତ୍ରକର କରୁଣାକର ଘଣ୍ଟୁଆଲ ଦେଖିବାକୁ ପାଇଥିଲେ l ଏଣୁ କାଳ ବିଳମ୍ବ ନକରି ସେଠାରେ ରଙ୍ଗ ବୋଲି ଦେବା ସହ ତାହାକୁ ଆହୁରି ସୁନ୍ଦର କରିବା ଲାଗି ପଡ଼ିଥିଲେ l ତାଙ୍କୁ ଛେଳିବାହାଲ ଗ୍ରାମର ଧୀରନ ସାହୁ, ଆନନ୍ଦପୁର ଗ୍ରାମର ତରଣୀ ମେହେର ସହଯୋଗ କରିବା ଯୋଗୁଁ ସେଇ ବୃକ୍ଷ ରେ ଥିବା କୋରଡ଼ ଗୁଡିକରେ ଆବିର୍ଭାବ ଥିବା ଠାକୁର ଗଣେଷ, ଜଗନ୍ନାଥ, ସପ୍ତଫେଣୀ ନାଗ, ରାଧା, ବାଛୁରୀ, ଛିନ୍ନମସ୍ତକା, ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଦେଖିବାକୁ ପାଇଥିଲେ l ସେଇଠାରୁ ସେଇ ମୂର୍ତ୍ତି ଗୁଡିକ ମଧ୍ୟ ରଙ୍ଗ ତୋଳି ଦେଇ ଜୀବନ୍ତ ରୂପ ଦେଇ ଥିବାରୁ ସେଠାରେ ଦେଖିବାକୁ ବହୁ ସମାଗମ ହେଉଥିବା ଜଣାପଡୁଛି l ମହୁଲ ବୃକ୍ଷର ଦେହରେ ଠାକୁର ମାନଙ୍କ ଆବିର୍ଭାବ ଯୋଗୁଁ ମାରୁତି ମଠରେ ଥିବା ବାବା ମଠାଧୀଶ ରାମକୃଷ୍ଣ ଦାସ ଏହା ଏକ ଈଶ୍ୱରୀୟ ପୀଠ ହୋଇଥିବା ଯୋଗୁଁ ଠାକୁର ଆବିର୍ଭାବ ହୋଇଥିବା ସୂଚନା ଦେଇଥିଲେ l ଏହି ମହୁଲ ବୃକ୍ଷଟି ବହୁ ପୁରାତନ ବୃକ୍ଷ ହୋଇଥିବା ବେଳେ ଏହିଠାରେ 2005 ମସିହା ଠାରୁ ଯଜ୍ଞକାର୍ଯ୍ୟ କରାଯାଇ ମାରୁତି ମଠ ସ୍ଥାପନ କରାଯାଇଥିଲା l ଏହି ମଠକୁ ବାବା ବିହାରୀ ଦାସ ସ୍ଥାପନ କରିଥିବା ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି l ଏହି ବୃକ୍ଷର ସୁରକ୍ଷା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଯୋଗାଇ ଦେଲେ ଏହା ଲୋକ ଲୋଚନକୁ ଆସିବା ସହ ଏକ ପର୍ଯ୍ୟଟନ ମାନ୍ୟତା ମିଳି ପାରନ୍ତା lବୌଦ୍ଧ ରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More