ଚାନ୍ଦବାଲି ବାଲିଗାଁର ୮ ମାସର ନବ ବିବାହିତ ଗର୍ଭବତୀ ମହିଳାଙ୍କୁ ହତ୍ୟା ଅଭିଯୋଗ

16

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ ) : ନବ ବିବାହିତ ତଥା ଗର୍ଭବତୀ ମହିଳାଙ୍କୁ ହତ୍ୟା, ଶାଶୁ, ଶ୍ୱଶୁର, ନଣଦ ଓ ଦିଅର ପ୍ରମଖ ଏକ ପ୍ରକାର ସୁପରିକଳ୍ପିତ ହତ୍ୟା କରିଥିବା ନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାଯାଇଛି । ମଞ୍ଜୁଲତା ୩ ମାସର ଗର୍ଭବତୀ ଥିବା କୁହାଯାଉଛି । ସାତ କଳସ ଆଠ ଦୀପକୁ ସାକ୍ଷୀ ରଖି ଦେବତା ଭାବେ ସ୍ୱାମୀକୁ ପାଇଥିଲେ ମଞ୍ଜୁଲତା । ହେଲେ ଯୌତୁକୁ ଜୁଇରେ ଶେଷରେ ଜାଳିଦେଲେ ନରରାକ୍ଷସ । ସୂଚନା ମୁତାବକ, ତିହିଡି ଥାନା କାଁପଡା ପଞ୍ଚାୟତ ଅଧିନ ଦପା ଗ୍ରାମର ପିତବାସ ଦାସଙ୍କ ଝିଅ ମଞ୍ଜୁଲତା ଦାସ ସହିତ ଚାନ୍ଦବାଲି ବାଲିଗାଁ ଗଜଗିରି ଗାଁର ଅଜୟ ମଳିକଙ୍କ ପୁଅ ସହିତ ଗତ ଜୈଷ୍ଠ ମାସରେ ବୈଦ୍ଦିକ ଋତିରେ ବିବାହ ହୋଇଥିଲା । ଝିଅ ଘର ପକ୍ଷରୁ ୫୦ ହଜାର ଟଙ୍କା ସମେତ ସୁନା ଅଳଙ୍କାର ଓ ବିଭିନ୍ନ ସାମଗ୍ରୀ ଦେଇଥିଲେ । ବିବାହର ମାତ୍ର ଆଠ ଦିନ ପରେ ଅଧିକ ଯୌତୁକ ଦାବିରେ ସ୍ୱାମୀ ସମେତ ପରିବାର ସମସ୍ତ ସଦସ୍ୟ ମଞ୍ଜୁଲତାଙ୍କୁ ନାନାଦି ଅତ୍ୟାଚାର କରୁଥିବା ଝିଅ ଫୋନ୍ କରି ଘରକୁ କହିଲା । ଗତ ୭ ତାରିଖରେ ମଞ୍ଜୁଲତା ବାପଘର ଲୋକଙ୍କ ସହିତ ଫୋନ କରି ଆଉ ୫୦ ହଜାର ଟଙ୍କା ନଦେଲେ ମୋତେ ମାରିଦେବେ ବୋଲି ଯୋଜନା କରୁଛନ୍ତି ବୋଲି କହିଥିଲା । ସେହିଦିନ ମଞ୍ଜୁଲତା ରଶି ଲଗେଇ ଆତ୍ମହତ୍ୟା କରିଥିବା ଶ୍ୱଶୁର ଘରଲୋକେ ଖବର ଦେଇଥିଲେ । ତେବେ ବାପଘର ଲୋକ ପହଞ୍ଚି ଜାଣିବାକୁ ପାଇଲେ ଝିଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରିଛନ୍ତି । ଏ ନେଇ ମଞ୍ଜୁଲତାର ବାପା ଥାନାରେ ଲିଖିତ ଏତଲା ଦେଇଛନ୍ତି । ପୋଲିସ ଶବକୁ ଜବତ୍ କରି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More