ଚାନ୍ଦଗଡ଼ସ୍ଥିତ ମା ଭାଗବତୀଙ୍କ ପୀଠରେ ପାଲା କାର୍ଯ୍ୟକ୍ରମ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ

13

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ ) : : ଜଗତସିଂହପୁର ନିକଟସ୍ଥ ଚାନ୍ଦଗଡଠାରେ ମା ଭାଗବତୀଙ୍କ ପୀଠରେ ଚତୁର୍ଥ ବାର୍ଷିକ ମହୋତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାଙ୍କ ପୀଠରେ ତିନିଦିନ ଧରି ବାଦୀପାଲା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ତଥା ପାଲା କାର୍ଯ୍ୟକ୍ରମର ସଂଗଠକ ଫକୀର ଚରଣ ବେହେରା , ନଟବର ଦାସ , କୁଞ୍ଜବିହାରି ନନ୍ଦି,ସାଧୁ ଚରଣ ନାୟକ ଏବଂ ବିଷ୍ଣୁ ଚରଣ ଭୋଇଙ୍କୁ ଭାଷାଭାବନା,ଓଡ଼ିଶାର ପ୍ରତିଷ୍ଠାତା ସମ୍ପାଦକ ତଥା କବି ଓ କଥାକାର ସୁକାନ୍ତ କୁମାର ପ୍ରଧାନ ଓ ଭାଷାଭାବନା,ଓଡ଼ିଶାର ସଂଯୋଜକ ସନ୍ୟାସୀ ବୈରାଗୀ ଚରଣ ଦାସଙ୍କ ଦ୍ୱାରା ସେମାନଙ୍କୁ ଭାଷାଭାବନା ପ୍ରତିଭା ସମ୍ନାନ-୨୦୨୨ ମାନପତ୍ର ଇ ଉତ୍ତରୀୟ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଛି । ଏଥି ସହିତ ପାଲାଗାୟିକା ବନଲତା ବେହେରା , ଶାନ୍ତିଲତା ସାହୁଙ୍କ ସମେତ ସେମାନଙ୍କର ସଙ୍ଗୀତ ,ଶ୍ରୀପାଳିଆ ଓ ଅନ୍ୟାନ୍ୟ ପାଲା ପାଳିଆଆନଙ୍କୁ ଭାଷାଭାବନା ପ୍ରତିଭା ସମ୍ନାନ-୨୦୨୨ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଭାଷାଭାବନାର ପ୍ରତିଷ୍ଠାତା ସମ୍ପାଦକ ସୁକାନ୍ତ କୁମାର ପ୍ରଧାନ ଓ ସଂଯୋଜକ ସନ୍ୟାସୀ ବୈରାଗୀ ଚରଣ ଦାସଙ୍କୁ ଚାନ୍ଦଗଡ଼ ଗ୍ରାମବାସୀ ଓ ମା ଭଗବତୀ କମିଟି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଗାୟକ ଅଭିମନ୍ୟୁ ନାୟକ , ବରିଷ୍ଠ ସାମ୍ବାଦିକ ଦୁର୍ଯୋଧନ ମହାରଣା , ପ୍ରଫୁଲ୍ଲ ସାହୁଙ୍କୁ ଭାଷାଭାବନା,ଓଡିଶା ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମସ୍ତ ଯଜ୍ଞ ଓ ବାଦୀପାଲା କାର୍ଯ୍ୟକ୍ରମକୁ ବୈରାଗୀ ଚରଣ ମହାନ୍ତି , ନିରଂଜନ ମହାପାତ୍ର ,କୈଳାଶ ଭୋଇ ,ହିମାଦ୍ରୀ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।ଜଗତସିଂହପୁର ରୁ ଦୁର୍ଯ୍ୟୋଧନ।ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More