ଭଦ୍ରକ ( ସଂଘର୍ଷ ମିଡିଆ ) : ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାକିରି ଆଳରେ ସହର ଭିତରେ କରୋନା ମହାମାରୀ ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆରା ପ୍ରୟାସ ।ଗୋଟିଏ ପଟରେ କରୋନା ପାଇଁ ସାଧାରଣ ଲୋକଙ୍କ ପାଇଁ ଜିଲ୍ଲାରେ କଟକଣା ଲାଗୁ କରାଯାଇଛି, ଅନ୍ୟପଟେ ଚାକିରୀ ଆବେଦନ ପାଇଁ ସାମାଜିକ ଦୂରତା କୁ ଫୁ କରି ଏଠି ପିଲାମାନଙ୍କର ଲମ୍ବା ଲାଇନ ଦେଖିବାକୁ ମିଳିଛି । କୋଭିଡ -୧୯ ପାଇଁ ଏନଏମ ପୋଷ୍ଟ ବାହାରିଥିବାରୁ, ପିଲାମାନେ ଚାକିରୀ କରିବାକୁ ଆସି ସାମାଜିକ ଦୂରତା ନିୟମ କୁ ଭୁଲିଗଲେ । ଭଦ୍ରକ ଜ଼ିଲ୍ଲା ରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଯାହାକୁ ନେଇ ପ୍ରଶାସନ ପକ୍ଷରୁ ଭଦ୍ରକ ପୌରପାଳିକା ଧାମନଗର ଏନ ଏସିକୁ ଆଜି ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଲକ ଡାଉନ ଘୋଷଣା କରାଯାଇଛି । କିନ୍ତୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ରେ ଚାକିରୀ ଆବେଦନ କରିବା ପାଇଁ ଶହ ଶହ ପିଲାଙ୍କ ରୁଣ୍ଡ ହେବା ଦେଖିଲେ ଲାଗୁଚି ଏଠି ପ୍ରଶାସନ ପାଇଁ କୌଣସି କଟକଣା ଲାଗିନଥିବା ଜଣାପଡୁଛି । କୋଭିଡ 19 ପାଇଁ ଏନଏମ ପୋଷ୍ଟ ଆବେଦନ କରିବା ପାଇଁ ପିଲା ମାନଙ୍କ ସହ ସେମାନଙ୍କ ଅଭିଭାବକ ମାନେ ରୁଣ୍ଡ ହୋଇଛନ୍ତି । ସେମାନଙ୍କ ମଧ୍ୟ ରୁ ଅନେକ ସାମାଜିକ ଦୂରତା ମାନୁନଥିବା ଦେଖିବାକୁ ମିଳୁନଥିବା ବେଳେ ପ୍ରଶାସନ ଏଠି ଆଖି ବନ୍ଦ କରି କରୋନାକୁ ଆମନ୍ତ୍ରଣ କଲାଭଳି ମନେ ହେଉଛି ।