ଚାଉଳ ମାଫିଆ ଓ ସରକାରୀ ବାବୁଙ୍କ ମଧୁଚନ୍ଦ୍ରିକା

40

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – :ଦର୍ଶକ ବନ୍ଧୁ ଜମି ମାଫିଆ, ବାଲି ମାଫିଆ,ବିଷୟରେ ଶୁଣିଛନ୍ତି, ଦେଖିଛନ୍ତି ଯେଉଁମାନେ କି ସରକାରୀ ରାଜସ୍ୱକୁ ହାନୀ ପହଞ୍ଚାଇ ଲାଭବାନ ହେଉଛନ୍ତି lକିନ୍ତୁ ଏଠାରେ ଗରିବ ନିରୀହ ଆଦିବାସୀ ଲୋକଙ୍କୁ ଭୁଆଁ ବୁଲେଇ କିଛି ଚାଉଳ ମାଫିଆ ଗରିବଙ୍କ ପେଟରେ ଲାତମାରୀ ମାଲାମାଲ ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି!ଉକ୍ତ ଖବରଟି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧୀନରେ ଥିବା ଘୋଡ଼ାଖୁଣ୍ଟା ପଂଚାୟତ ର ଅଟେ !ଏହି ପଂଚାୟତରେ କିଭଳି କିଛି ଚାଉଳ ମାଫିଆ ଏବଂ ସରକାରୀ ବାବୁ ଲୋକଙ୍କୁ ଭୁଆଁ ବୁଲେଇ ଚାଉଳ କିପରି ହଡପ କରି ମାଲାମାଲ ହେଉଛନ୍ତି ତାହା ଦେଖିଲେ ଆଶ୍ଚର୍ଯ୍ୟ ହେବେ !
ସୂଚନା ଅନୁଯାଇ; କେନ୍ଦ୍ର ଓ ରାଜ୍ୟ ସରକାର ଗତ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ଏପରି ତିନି ମାସ ଚାଉଳ ମାଗଣାରେ ପ୍ରତ୍ୟେକ ପଂଚାୟତ ରେ ବଣ୍ଟନ କରେଇଛନ୍ତି !ସେଭଳି ଘୋଡ଼ାଖୁଣ୍ଟା ପଂଚାୟତରେ ମଧ୍ୟ ଗତ ନଭେମ୍ବର ମାସରେ ଅଗ୍ରିମ ତିନି ମାସର ଚାଉଳ ବଣ୍ଟନ କରିଛନ୍ତି !କିନ୍ତୁ ଏହି ପଂଚାୟତ ରେ କେଉଁ ଚାଉଳ ଦେବା କଥା ତାହା ସ୍ପଷ୍ଟ ହୋଇପାରୁନାହିଁ !କାରଣ ଏହି ପଂଚାୟତରେ ଏଫ୍ ପି ଏସ୍ ଡିଲର କପି ସହିତ ଇସି ନୋଟରେ କେଉଁ ଚାଉଳ କେତେ ପରିମାଣର, କେଉଁ ମିଲରୁ, କେବେ ଆସିଛି, କେତେ ଆସିଛି, କେଉଁ ଗାଡ଼ିରେ ଆସିଛି, ମିଲ ର କୋଡ଼ ନଂ ସହିତ ସମସ୍ତ ତଥ୍ୟ ଉଲ୍ଲେଖ ରହିଥାଏ !କିନ୍ତୁ ଉକ୍ତ ତଥ୍ୟ କୁ ଯୋଗାଣ ନିରୀକ୍ଷକ ରାମ ଚନ୍ଦ୍ର ଖିଲ ଲୁଚେଇ ଲୋକଙ୍କୁ ଉଷୁନା ଚାଉଳ ବାଣ୍ଟିଥିଲେ !କିନ୍ତୁ ସେହି ଚାଉଳ ଉମରକୋଟ ଅଥବା ଜିଲ୍ଲାର ଯେକୌଣସି ମିଲରୁ ଆସିବା କଥା, କିନ୍ତୁ ଉକ୍ତ ଚାଉଳ ରାମ କ୍ରିଷ୍ନା ରାଇସ ମିଲ (ବୋରିଗୁମା )ରୁ କିପରି ଆସିଲା ଏବଂ କାହା ଅନୁମତିରେ ଆସିଲା ତାହା ଏକ ପ୍ରଶ୍ନବାଚୀ ? କିଛି ଚାଉଳ ବସ୍ତାରେ ସରକାରୀ ଲୋଗୋ ନ ଥିବା ଦେଖିବାକୁ ମିଳିଛି !

କିଛିଦିନ ତଳେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ନବରଙ୍ଗପୁରରେ ହୋଇଥିବା ଡି ଏଲ୍ ପି ସି ମିଟିଙ୍ଗ ରେ ଡାବୁଗାଁ ବ୍ଲକ ରେ ଭେଜାଲ ଚାଉଳ ବଣ୍ଟନ କରାଯାଉଛି ବୋଲି ବାରମ୍ବାର ପ୍ରଶ୍ନ କରିଥିଲେ ଏବଂ ଏହାର ତଦନ୍ତ କରିବାକୁ ଅନୁରୋଧ କରିଥିଲେ l କିନ୍ତୁ ତଦନ୍ତ ଶୂନ !ଚାଉଳ ମାଫିଆ ଓ ସରକାରୀ ବାବୁ ମିଶି ଗରିବ ଲୋକଙ୍କୁ ଭୁଆଁ ବୁଲେଇ ଅନ୍ୟ ଜିଲ୍ଲାରୁ ଗୋଡ଼ି ବାଲି ମିଶ୍ରିତ ଚାଉଳ ଆଣି ବଣ୍ଟନ କରି ମାଲାମାଲ ହେଉଥିବା ଦେଖିବାକୁ ମିଳିଛି !ଏଭଳି ଗରିବ ଲୋକଙ୍କୁ ଶୋଷଣ କରୁଥିବା କିଛି ମାଫିଆଙ୍କ ଉପରେ ଜିଲ୍ଲାପାଳଙ୍କ ନଜର କେବେ ପଡିବ ? କେବେ ଏଭଳି ଲୋକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ? ନାଁ କେବଳ କାଗଜ କଲମରେ ସୀମିତ ହୋଇ ରହିଯିବ ?ଆଗାମୀ ଦିନରେ ଆଉ କିଛି ତଥ୍ୟ ସହିତ ଏଭଳି ଚାଉଳ ମାଫିଆଙ୍କ କାରନାମା ବିଷୟରେ ଲୋକ ଲୋଚନକୁ ଅଣାଯିବ ! ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More