ନବରଙ୍ଗପୁର(ସଂଘର୍ଷ ମିଡିଆ) ) ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ କାମତା କଂଗ୍ରା କଣ୍ଟାଗାଁ ଦିଗି ପୂଜାରୀଗୁଡ଼ା ଅଞ୍ଚଳଗୁମ୍ମା ୬ଗୋଟି ଗ୍ରାମ ପଞ୍ଚାୟତ ରେ ଏପ୍ରିଲ ମେ ଜୁନ୍ ମାସର ଚାଉଳ ବଣ୍ଟନ ପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ର ହିତାଧିକାରୀ ଚାଉଳ ଆସିଥିଲା। ହେଲେ ଏ ସବୁ ପଞ୍ଚାୟତ ରେ ୩ମାସ ବଦଳ ରେ ୨ ମାସର ଚାଉଳ ବଣ୍ଟନ ପାଇଁ ଷ୍ଟକ୍ ଆସିଛି ବୋଲି ମିଥ୍ୟା କହି ନିରୀହ ଆଦିବାସୀ ହିତାଧିକାରୀ ଙ୍କୁ ଭଣ୍ଡାଇ ଦେଇଥିଲେ ଯୋଗାଣ ସହାୟକ ଓ ନିର୍ବାହୀ ଅଧିକାରୀ। ଚଳିତ ମାସ ୧୪ଜୁନ ରେ କାମତା ଚାଉଳ ବଣ୍ଟନ ବେଳେ କାମତା ଗ୍ରାମ ପଞ୍ଚାୟତ ର ସଦର ମହକୁମା ଗ୍ରାମ ରେ ୩ମାସର ଚାଉଳ ହିତାଧିକାରୀ ପାଇଥିବା ବେଳେ, ବଡ ତାରାଗୁଡ଼ା କୁସମୀ ଗ୍ରାମ ର କିଛି ହିତାଧିକାରୀ ଙ୍କୁ ଷ୍ଟକ୍ ସରିଗଲା ବୋଲି କହି ଯୋଗାଣ ସହାୟକ ଓ ନିର୍ବାହୀ ଅଧିକାରୀ ଚାଉଳ ଦେବା ଗୋଦାମ ଠାରୁ ଚଂପଟ ମାରିଥିଲେ।ଏହାକୁ ନେଇ ପଞ୍ଚାୟତ ରେ ପ୍ରବଳ ପାଟିତୁଣ୍ଡ ଲାଗି ରହିଥିଲା। ଏହାକୁ ନେଇ ନିର୍ବାହୀ ଅଧିକାରୀ ମୋହନ ଗୌଡ ଙ୍କୁ ପଚାରିବାରୁ ୪୦କ୍ୟୁଣ୍ଟଲ ଚାଉଳ ଆଉ ଏରିଅର ସହିତ ଆସିଲେ ହିତାଧିକାରୀ ଙ୍କୁ ଦିଆଯିବ ବୋଲି କହିଥିଲେ।ଏହାକୁ ନେଇ ବ୍ଲକ୍ ଏମ୍ ଆଇ ରୋହିତ ମାଝୀ ଙ୍କୁ ପଚାରିବାରୁ ଚାଉଳ କମ୍ ଆସିଛି ବୋଲି କହିଥିଲେ। ଏହା ପରେ ଗୋଟିଏ ପରେ ଗୋଟିଏ ଦୁର୍ନୀତି ର ପେଡି ଖୋଲିବାକୁ ଆରମ୍ଭ ହୋଇଯାଇଥିଲା। ପୂଜାରୀଗୁଡ଼ା ଦିଗି ଅଞ୍ଚଳଗୁମ୍ମା କଂଗ୍ରା କଣ୍ଟାଗାଁ ଗ୍ରାମ ପଞ୍ଚାୟତ ର। ବ୍ଲକ ଏମ୍ ଆଇ ରୋହିତ ମାଝୀ ଜୁନ୍ ୮ରେ ୩ମାସର ଚାଉଳ ବଣ୍ଟନ ବ୍ଲକ ରେ ହୋଇଛି କୌଣସି ପଞ୍ଚାୟତ ରେ ହିତାଧିକାରୀ ଚାଉଳ ପାଇବା ଆଉ ବାକି ନାହି ବୋଲି ମିଥ୍ୟା ରିପୋର୍ଟ ଉଚ୍ଚ ଅଧିକାରୀ ଙ୍କୁ ଜଣାଇ ଥିଲେ। ୧୪ଜୁନ ପରେ ଦୁର୍ନୀତି ପେଡ଼ି ଖୋଲିବା ପରେ ସେ ଅବାକ୍ ହୋଇ ଯାଇଥିଲେ। ୧୭ଜୁନ ରେ ସଂପୃକ୍ତ ଗ୍ରାମ ପଞ୍ଚାୟତ ର ଯୋଗାଣ ସହାୟକ ଓ ନିର୍ବାହୀ ଅଧିକାରୀ ଙ୍କୁ ୩ମାସର ଚାଉଳ ଏଲାଟମେଣ୍ଟ ଆସିଥିବା ବେଳେ କାହିଁକି ୨ମାସର ଚାଉଳ ବଣ୍ଟନ କରାଗଲା ବୋଲି ଏହାର ଉତ୍ତର ୩ଦିନ ମଧ୍ୟରେ ଦେବାକୁ ପତ୍ର ସଂଖ୍ୟା ୧୫୫୦/୨୦୨୩ ନୋଟିସ୍ ଜାରୀ କରିଥିଲେ । ଏହାର ଅବିକଳ ନକଲ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ ମଧ୍ୟ ଅବଗତ କରିଥିଲେ। ବର୍ତ୍ତମାନ ଆଜି ସରକାରୀ କାର୍ଯ ଦିବସ ହିସାବରେ ତାହାର ଡେଡ ଲାଇନ୍ ସରିଛି।ଏହାକୁ ନେଇ ଏମ୍ ଆଇ ଙ୍କୁ ପଚାରି ବାରୂ କାରଣ ଦର୍ଶାଅ ନୋଟିସ୍ ର କୌଣସି ଉତ୍ତର ଯୋଗାଣ ସହାୟକ କିମ୍ବା ନିର୍ବାହୀ ଅଧିକାରୀ ଦେଇ ନ ଥିବା ପ୍ରକାଶ କରିଛନ୍ତି।ଏହାକୁ ନେଇ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ ପଚାରିବାରୁ ସେ ଏମ୍ ଆଇ ଙ୍କ ପତ୍ର ପାଇଛି ୩ମାସର ଚାଉଳ ଇସୁ ହୋଇଛି ହେଲେ କାହିଁକି ବଣ୍ଟନ କରି ନାହାନ୍ତି ଏହା ପତ୍ର ମାଧ୍ୟମରେ ମୁଁ ଜୁନ୍ ୨୦ରେ ଜିଲ୍ଲାପାଳ ଙ୍କୁ ଅବଗତ କରିଛି ବୋଲି କହିଛନ୍ତି।ଏ ନେଇ ତେନ୍ତୁଳିଖୁଣ୍ଟି ଗୋଷ୍ଟି ଉନ୍ନୟନ ଅଧିକାରୀ ମନୋଜ କୁମାର ପାଣଗ୍ରାହୀ ଙ୍କୁ ପଚାରିବାରୁ ସେ ଜିଲ୍ଲାପାଳ ଙ୍କ ଠାରୁ ପତ୍ର ୨୦ ଜୁନ ରେ ପାଇଛି। ତାଙ୍କ ପତ୍ର ର ଉତ୍ତର ଆଜି ଜିଲ୍ଲାପାଳ ଙ୍କୁ ପଠାଇ ଦେଇଛି ବୋଲି କହିଛନ୍ତି। ସବୁଠୁ ବଡ ପ୍ରଶ୍ନ ଉଠୁଛି ଯେ ଏମ୍ ଆଇ ନିଜେ ଜୁନ୍ ୮ରେ ଚାଉଳ ୩ମାସର ବଣ୍ଟନ ହୋଇଛି ବୋଲି ମିଛ ରିପୋର୍ଟ ଦେଲେ କାହିଁକି ?ଏବେ ଦେଖା ଯାଉ ଜିଲ୍ଲାପାଳ ଦୁର୍ନୀତି ରୂପକ ପେଡି କେବେ ଖୋଲୁଛନ୍ତି।ତାହା ବ୍ଲକ ବାସୀ ଙ୍କୁ ଦେଖିବାକୁ ବାକି ରହିଲା। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l