ଚଳିତ ମାସ ୩ ଓ ୪ ତାରିଖରେ ଅନୁଷ୍ଠିତ ହେବ ମା ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ବିଜୟ ଛତର ଯାତ୍ରା ଓ ଲାଖ ମରା ପର୍ବ

17

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ) : କଳାହାଣ୍ଡି ଜିଲ୍ଲା ବାସୀଙ୍କ ଆରାଧ୍ଯ ଦେବୀ ମାଁ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ବିଜୟ ଛତର ଯାତ୍ରା ତା୩, ୧୦,୨୨ ରିଖ ଦିନ ଅନୁଷ୍ଠିତ ହେବ। ଏଥିସହ ତା୪ ,୧୦, ୨୨ ରିଖ ମଙ୍ଗଳବାର ଅପରାହ୍ନ ରେ ଲାଖ ମରା ପର୍ବ ପାଳନ ହେବ । ଏଥି ନିମନ୍ତେ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାରର ପ୍ରସ୍ତୁତି କରିସାରିଛି। ଚ଼ଳିତବର୍ଷ କରୋନା କଟକଣା ନଥିବା ଯୋଗୁଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବା ଆକଳନ କରାଯାଇଛି। ମା’ଙ୍କଏହି ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରାଯିବା ପାଇଁ ପ୍ରଶାସନ ତତ୍ପରତ ଦେଖାଇଛି। ଏଥିସହ ଭକ୍ତମାନଙ୍କୁ ନିବେଦନ କରାଯାଇଛି। ଭକ୍ତମାନେ ସମସ୍ତେ ମାଙ୍କ ଦର୍ଶନ ଲାଭ କରନ୍ତୁ।ଛତର ଯାତ୍ରାରେ ପଶୁବଳି ଦ୍ଵାରା କୋମଳମତି ଶିଶୁ ଓ ସମ୍ବେଦନଶୀଳ ବ୍ୟକ୍ତିଙ୍କ ଉପରେ ଗଭିର ପ୍ରଭାବ ପଡୁଛି। ପଶୁମାନଙ୍କ ପ୍ରତି ସର୍ବସାଧାରଣରେ ନିର୍ଦ୍ଦୟତା ଓ ନିଷ୍ଠୁରତା ଯୋଗୁଁ ଅନେକ ଭକ୍ତମାଙ୍କଛତର ଯାତ୍ରା ଦର୍ଶନ କରିପାରୁନାହାନ୍ତି। ଛତର ଯାତ୍ରାରେ କୌଣସି ଧାରୁଆ ଅସ୍ତ୍ରଶସ୍ତ୍ର ଧରିବା ନାହିଁ ଧରିଲେ ଆଇନ ଅନୁଯାଇ ଦଣ୍ଡିତ ହେବେ। ସାଂସ୍କୃତିକ ଦଳ କର୍ମକର୍ତ୍ତା ଶାନ୍ତିଶୃଙ୍ଖଳା ସହ ଛତର ଯାତ୍ରାରେ ସାମିଲ ହୋଇ ମାଙ୍କୁ ଦର୍ଶନ କରନ୍ତୁ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More