ଚଳିତ ମାସ ୧୫ ସୁଦ୍ଧା ଦାବି ପୂରଣ ନହେଲେ ୧୭ରୁ ସମୂହ ଛୁଟିରେ ଯିବେ ଫାର୍ମାସିଷ୍ଟ

16

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ): – ଓଡିଶା ଫାର୍ମାସିଷ୍ଟ ସେବା ସଂଘ ନବରଙ୍ଗପୁର ଜିଲା ଶାଖା ପକ୍ଷରୁ ଗୁରୁତ୍ବପୂର୍ଣ ୫ ଦଫା ଦାବି ପୂରଣ ନହେବା ପର୍ଯ୍ୟନ୍ତ ସମୂହ ଭାବେ ସାମୟିକ ଛୁଟିରେ ଯିବା ନିଷ୍ପତି ସମ୍ପର୍କରେ ଆହୁତ ଜିଲା ମୁଖ୍ୟ ଚିକିତ୍ସାଳୟ ବୈଠକ ଗୃହରେ ଆହୁତ ଖବରଦାତା ସମ୍ମିଳନୀରେ ଜିଲା ସାଧାରଣ ସମ୍ପାଦକ ଜଗନ୍ନାଥ ରଥ ସୂଚନା ଦେଇଛନ୍ତି । ସଂଘର କାର୍ଯ୍ୟକାରିଣୀ ବୈଠକରେ ସର୍ବ ସମ୍ମତି ନିଷ୍ପତି କ୍ରମେ ଦୀର୍ଘ ବର୍ଷ ହେବ ଗୁରୁତ୍ବପୂର୍ଣ ପାଞ୍ଚ ଦଫା ଦାବି କୁ ନେଇ ସଂଘ ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ସ୍ବାସ୍ଥ୍ୟ ବିଭାଗ ମାନ୍ୟବର ମନ୍ତ୍ରୀ , ପ୍ରମୁଖ ଶାସନ ସଚିବ ଓ ସ୍ବାସ୍ଥ୍ୟ ସେବା ନିର୍ଦେଶକଙ୍କ ସହିତ ଆଲୋଚନା କରାଯାଇଛି । ଦାବି ପୂରଣପାଇଁ ନିବେଦନ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇ ପାରିଲା ନାହିଁ । ସବୁ ପ୍ରକାର ଉଦ୍ୟମ ବିଫଳ ହେଲା । ଫର୍ମାସିଷ୍ଟ ମାନଙ୍କର ମୂଳ ଦରମା ଗ୍ରେଡ଼ ପେ ୨୪୦୦ ଟଙ୍କାରୁ ୨୮୦୦ ଟଙ୍କା କୁ ବୃଦ୍ଧି କରାଯାଇ ଏବଂ ୨ବର୍ଷ ଚାକିରୀ ପରେ ସମୟାନୁକ୍ରମେ ସମସ୍ତଙ୍କୁ ଗ୍ରେଡ଼ ପେ ୪୨୦୦ ଟଙ୍କା ଦିଆଯାଉ । ସରକାର ୨୦୨୨ ଏପ୍ରିଲ ୨୦ ରିଖରେ ପ୍ରକାଶ କରିଥିବା ସଂଶୋଧିତ ଫାର୍ମାସିଷ୍ଟ କ୍ୟାଡର ୨୦୧୬ ଜାନୁଆରୀ ୧ ପରିବର୍ତ୍ତେ ୨୦୧୩ ଅଗଷ୍ଟ ୨୪ ରୁ କାର୍ଯ୍ୟକାରୀ କରାଯାଇ ତୁରନ୍ତ ପଦୋନ୍ନତି ଦିଆନ୍ତୁ । ଫାର୍ମାସିଷ୍ଟ ପଦବୀ କୁ ଫାର୍ମାସି ଅଫିସର ଭାବେ ନାମକରଣ କରାଯାଉ ।୨୦୧୩ ପୂର୍ବରୁ ଠିକା ନିଯୁକ୍ତି ପାଇ କାର୍ଯ୍ୟକରିଥିବା ସମସ୍ତ ଫାର୍ମାସିଷ୍ଟମାନଙ୍କ କାର୍ଯ୍ୟକାଳକୁ ବରିଷ୍ଠତା ନିମନ୍ତେ ବିବେଚନା କରାଯିବା ସହ ଆର୍ଥିକ ସୁବିଧା ନିଶ୍ଚିତ କରାଯାଉ କୁ ଦାବି କରିଛନ୍ତି । ସେହିଭଳି ଏମ ଏଚ ୟୁ, ଆର ବି ଏସ କେ ଅଧୀନରେ କାର୍ଯ୍ୟରତ ସମସ୍ତ ଫାର୍ମାସିଷ୍ଟ ମାନଙ୍କୁ ସ୍ଵାସ୍ଥ୍ୟ ବିଭାଗର ଖାଲି ସ୍ଥାନରେ ନିୟମିତ ନିଯୁକ୍ତି ପ୍ରଦାନ କରାଯାଉ । ପରିତାପ ର ବିଷୟ ଯେ ଉକ୍ତ ଦାବି ଗୁଡିକ ସମ୍ପର୍କରେ ଏଯାବତ ସରକାରଙ୍କ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏନେଇ ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଫର୍ମାସିଷ୍ଟ ମାନେ ଗଭୀର ମର୍ମାହତ ବୋଲି ଜିଲା ସଭାପତି ସୁଧୀର କୁମାର ସାହୁ କହିଛନ୍ତି । ଚଳିତ ମାସ ଏପ୍ରିଲ ୧୫ ତାରିଖ ମଧ୍ୟରେ କୌଣସି ପଦକ୍ଷେପ ନିଆ ନ ଗଲେ ଆସନ୍ତା ୧୭ ତାରିଖ ଠାରୁ ଦାବି ହାସଲ ପର୍ଯ୍ୟନ୍ତ ସମସ୍ତ ଫାର୍ମାସିଷ୍ଟ ସମୂହ ଛୁଟି ରେ ଯିବାକୁ ସଂଘ ତରଫରୁ ନିଷ୍ପତି ଗ୍ରହଣ କରିଛନ୍ତି । ତେବେ ଆସନ୍ତା ୯ ତାରିଖ ଦିନ ଉମରକୋଟ ସରକାରୀ ଡାକ୍ତର ଖାନା ପରିସରରେ ସଙ୍ଘର ସାଧାରଣ ସଭା ଅନୁଷ୍ଠିତ ହେବ । ସେଠାର ସମୂହ ଛୁଟି ଓ ୫ ଦଫା ଦାବି ନେଇ ଆଲୋଚନା ହେବ । ଏହା ସମେତ ଫାର୍ମାସିଷ୍ଟ ରଜ କିଶୋର ପଟନାୟକଙ୍କ ଅବସର କାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି । ଏହି ଖବରଦାତା ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଫାର୍ମାସିଷ୍ଟ ସୁରେନ୍ଦ୍ର କୁମାର ମହାପାତ୍ର, ରୋହିତ କୁମାର ବିଶୋଇ, ରମା ରମଣ ପଣ୍ଡା, ଚିତ୍ରସେନ ଜେନା, ଲିପି ପ୍ରଭା ରାଉତ, ପ୍ରଦୀପ୍ତ। ରାଣୀ ସାଗରିଆ, ପ୍ରତ୍ୟୁଷ ରଞ୍ଜନ ବେହେରା , ସୌମ୍ୟ ରଞ୍ଜନ ନାୟକ ଓ ମୁକୁନ୍ଦ ହଡପ ପ୍ରମୁଖ ଉପସ୍ଥିତଥିଲେ । ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More