ଚଳିତ ମାସ ୧୪ ତାରିଖରେ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ

27

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ପାରଳାଖେମୁଣ୍ଡି, ଆର ଉଦୟଗିରି, ମୋହନା ଓ କାଶୀନଗର ଅଦାଲତ ପରିସରରେ ବର୍ଷର ଶେଷ ବ।ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁ ଷ୍ଠିତ ହେବାକୁ ଯାଉଛି । ଏହି ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ପ୍ରାକ-ସ୍ତରୀୟ ମକଦ୍ଦମା ଓ ବିଚାରଧିନ ମକଦ୍ଦମା ଯଥା ଫୌଜଦାରୀ( ସାଲିସ ଯୋଗ୍ୟ) ଚେକ ବାଉଁନ୍ସ, ବ୍ୟାଙ୍କ ଋଣ, ମଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ଶ୍ରମବିବାଦ, ଲୋକସେବା ସମ୍ବନ୍ଧୀୟ ମାମଲା, ବୈବାହିକ ବିବାଦ,(ଛାଡ ପତ୍ର ବ୍ୟତୀତ), ପାରିବାରିକ ବିବାଦ,ଜମି ଅଧିଗ୍ରହଣ,ଚାକିରୀ ସମ୍ବନ୍ଧୀୟ (ପେନସନ),ରାଜସ୍ବ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ମାମଲାର ବିଚାରଣା ହେବ। ଲୋକ ଅଦାଲତରେ ମକଦ୍ଦମା ଅବା ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ପଡିବ ନାହିଁ। ଲୋକ ଅଦାଲତଙ୍କ ରାୟ ବୈଧ ଓ ଚୂଡାନ୍ତ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମକଦ୍ଦମାର ସହଜ ସମାଧାନ ପାଇଁ ଏବଂ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇବା ପାଇଁ ଏହା ଏକ ସୁଯୋଗ। ସବିଶେଷ ବିବରଣୀ ନିମନ୍ତେ ନୂତନ କୋର୍ଟ ପରିସରରେ ଥିବା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପାରଳାଖେମୁଣ୍ଡି କିମ୍ବା ଆର ଉଦୟଗିରି ଓ ମୋହନା କୋର୍ଟ ପରିସରରେ ଥିବା ତାଲୁକ ଆଇନ ସେବା କମିଟି କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More