କଟକ ( ସଂଘର୍ଷ ମିଡିଆ ) : ଚଳିତ ବର୍ଷ ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ ବାତିଲ କରିବାକୁ ନିଷ୍ପତ୍ତି ହୋଇଛି। ତେଣୁ ଗ୍ରୀଷ୍ମ ଅବକାଶ ସମୟରେ ଏଥର ଅଦାଲତରେ ସ୍ବାଭାବିକ ଭାବେ କାର୍ଯ୍ୟ ହେବ। ଏ ନେଇ ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଯଦି ମେ’ ୩ ତାରିଖରେ ଲକ୍ଡାଉନ ଅବଧି ବୃଦ୍ଧି ନହୁଏ, ତେବେ ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ ସ୍ଥଗିତ ରହିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। କରୋନା ଭୂତାଣୁକୁ ନେଇ ଦେଖା ଦେଇଥିବା ଜରୁରୀ ପରିସ୍ଥିତିରେ ଏହି ପ୍ରସଙ୍ଗରେ ଆଡଭୋକେଟ ଜେନେରାଲ, ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି, ଉପ ସଭାପତି, ସଂପାଦକଙ୍କ ସହ ପରାମର୍ଶ କରାଯିବା ପରେ ଗ୍ରୀଷ୍ମ ଅବକାଶ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ସେହିଭଳି ନିମ୍ନ ଅଦାଲତ ଗୁଡିକ ପାଇଁ ମଧ୍ୟ ସମାନ ନିର୍ଦ୍ଦେଶନାମା ଜାରି କରାଯାଇଛି।