ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ନାହାଳପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଶତ ପ୍ରତିଶତ ରେଜଲ୍ଟ

12

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ ) : କଟକ ଜିଲ୍ଲା କଣ୍ଟାପଡା ବ୍ଲକ ନାହାଳପୁର ଗ୍ରାମପଞ୍ଚାୟତ ରେ ନାହାଳପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଟି ଅବସ୍ଥିତ। 1983 ମସିହାରେ ବାଳିକା ଉଚ୍ଚବିଦ୍ୟାଳୟ ଟି ପ୍ରଥମେ ନାହାଳପୁରର ବଦାନ୍ୟ ବ୍ୟକ୍ତି ଶ୍ରୀ କୁଞ୍ଜ ବିହାରୀ ପରିଜାଙ୍କ ନାମରେ କୁଞ୍ଜ ବିହାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରୂପେ ସ୍ଥାପିତ ହୋଇ ପରବର୍ତ୍ତୀ ସମୟରେ ଏହା ନାହାଳପୁର ବାଳିକା ଉଚ୍ଚ ବିଦ୍ୟାଳୟ ନାମରେ ନାମିତ ହେଲା। 1987 ମସିହାରେ ଏହା ପ୍ରଥମେ ସରକାରୀ ଅନୁଦାନ ଲାଭ କରିଥିଲା।ସେ ସମୟରେ ନାହାଳପୁର ର ଅନେକ ବଦାନ୍ୟ ବ୍ୟକ୍ତି ତଥା ବୁଦ୍ଧିଜୀବୀ ଯଥା କୁଞ୍ଜବିହାରୀ ପରିଜା,ରାମଚନ୍ଦ୍ର ପରିଡା,ହୃଷିକେଶ ପରିଡା,ଗୋପାଳ ବେହେରା, ଦୁର୍ଗା ଚରଣ ବେହେରା, କାଳନ୍ଦୀ ନାୟକ,ଘନଶ୍ୟାମ ନାୟକ,ଶିବପ୍ରସାଦ ପରିଡା,କଣ୍ଡୁରୀ ପରିଡା,ରବିନ୍ଦ୍ର ସାହୁ,ଗଗନ ପରିଡା,ସର୍ବେଶ୍ୱର ପରିଡା,ପ୍ରବୋଧ ନାୟକ,ଭାବଗ୍ରାହୀ ମହାରଣା, ଦିବାକର ଦାସ,ତ୍ରିଲୋଚନ ନାୟକ,ଚନ୍ଦ୍ରମଣି ପରିଡା,ବ୍ରଜବନ୍ଧୁ ବେହେରା, ବିଷ୍ଣୁଚରଣ ଦାସ,ଜଗବନ୍ଧୁ ମୁଦୁଲି, ବୈକୁଣ୍ଠ ବେହେରା, ନରେନ୍ଦ୍ର ସାହୁଙ୍କ ସହଯୋଗ ରେ ଏହି ଅନୁଷ୍ଠାନ ଟି ନିଜ ଗୋଡ଼ରେ ନିଜେ ଠିଆ କରେଇବା ମହତ ଉଦ୍ଧେଶ୍ୟରେ ସ୍ଥାପିତ କରାଯାଇଥିଲା।କଟକ ଜିଲ୍ଲା ଗ୍ରାମଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More