ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ପାହାଡ଼ ପର୍ବତ ଘେରା ଅଞ୍ଚଳରେ ଅବସ୍ଥିତ । ଜିଲ୍ଲାରେ ମୁଖ୍ୟତଃ 70 ପ୍ରତିଶତ ଲୋକ କୃଷି ଉପରେ ନିର୍ଭରଶୀଳ। ଜିଲ୍ଲାର 7 ଟି ବ୍ଳକ ମଧ୍ୟରୁ ମୁଖ୍ୟତଃ କାଶୀ ନଗର, ଗୁମ୍ମା, ଗୋଶାଣୀରେ ଅଧିକା ଧାନ ଚାଷ ହୋଇଥାଏ।ଜଳ ସେଚନ ସୁବ୍ୟବସ୍ଥା ସାଙ୍ଗକୁ ଜଳ ସେଚିତ ଜମି ହୋଇ ଥିବାରୁ ଏହି ଅଞ୍ଚଳ ଗୁଡିକରେ ଧାନ ଅଧିକ ଅମଳ ହୋଇଥାଏ । ଅନ୍ୟ ବ୍ଳକ ଗୁଡିକରେ ମକା, କପା ଏବଂ ବିଭିନ୍ନ ପନିପରିବା ଚାଷ ଓ ଉଦ୍ୟାନ ଭିତ୍ତିକ ଚାଷ ଅଧିକ ହୋଇ ଥାଏ। କୃଷି ବିଭାଗ ପକ୍ଷରୁ ଚଳିତ ବର୍ଷ ଜିଲ୍ଲାର ବିଭିନ୍ନ ପ୍ରାଥମିକ ସମବାୟ ସମିତି ଓ ଲ୍ୟାମ୍ପସ ବା ଡିଲେର ଜରୀଆରେ ବିଭିନ୍ନ କିସସନ ଧାନ ବିହନ ଓ ଧନିଚା ରିହାତି ଦରରେ ଯୋଗାଇ ଦିଆଯାଉଛି।ଏହି ବିଷୟରେ ସହକାରୀ ବିହନ ଉତ୍ପାଦନ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ବର୍ତ୍ତମାନ ପାରଳାଖେମୁଣ୍ଡି ବିହନ ଉତ୍ପାଦନ ଗୋଦାମରେ ଛଅ ହଜାର ସାତ ସହ ଅଠାବନ କୁଇଣ୍ଟାଲ ଧାନ ବିହନ ମହଜୁଦ ରହିଅଛି। ଖଣ୍ଡଗିରି,ବୀଣା,MTU 1224, ସ୍ୱର୍ଣ୍ଣ ମସୁରି,MTU 1075, ସ୍ୱର୍ଣ୍ଣ ସବ ୱାନ,ସାରଳା, RGL 2537,MTU 1061,ପୂଜା, MTU 1064 MTU 7029 (ସ୍ୱର୍ଣ୍ଣ) ଏହିଭଳି ଦୀର୍ଘ ମିଆଦୀ ଓ ସ୍ୱଳ୍ପ ମିଆଦୀ ଧାନ ବିହନ ମହଜୁଦ ଥିବାର ସୂଚନା ଦେଇଛନ୍ତି।ଜିଲ୍ଲାରେ 49 ଗୋଟି ସମବାୟ ସମିତି ରହିଥିବା ବେଳେ 35 ଗୋଟି ଡିଲର ରହିଥିବାର ପ୍ରକାଶ କରିଛନ୍ତି।ପଞ୍ଜିକୃତ ଚାଷି ଗୋ ସୁଗମ ପୋର୍ଟାଲକୁ ଯାଇ ଅଗ୍ରୀମ ବୁକିଙ୍ଗ କରି ଦଶ ପ୍ରତିଶତ ଅର୍ଥ ରାଶି ଜମା କରି କେଉଁ ପ୍ରକାରର ବିହନ ନେବେ ତାହା ଚୟନ କରି ଡିଲର ବା ସମବାୟ ଜରିଆରେ ଧାନ କିଣିପାରିବେ।ବଳକା ଅର୍ଥ ରାଶି ଡିଲର ବା ସମବାୟ ସମିତି ଜରିଆରେ ଜମା କରି ଧାନବିହନ କିଣି ପାରିବେ। ସରକାରୀ ଧାର୍ଯ୍ୟ ମୂଲ୍ୟ ଅନୁସାରେ ଧାନ ବିହନର କୁଇଣ୍ଟାଲ ପିଛା ମୂଲ୍ୟ 3650 ରହିଛି। ଦଶ ବର୍ଷରୁ କମ ବିହନକୁ କୁଇଣ୍ଟାଲ ପିଛା ସବସିଡି 1500 ଟଙ୍କା ରହିଥିବା ବେଳେ 10 ବର୍ଷରୁ ଅଧିକା ଧାନ ବିହନକୁ 1250 ଟଙ୍କା ସବସିଡି ରହିଥିବାର ଜଣା ପଡ଼ିଛି। ଜଣେ ଚାଷୀ ତିନି ହେକ୍ଟର ପର୍ଯ୍ୟନ୍ତ ଧାନ ବିହନ ସବସିଡି ପାଇପାରିବେ। ଚାଷୀଙ୍କ ଫାର୍ ମାର ଆଇଦି, ଫୋନ ନମ୍ବର ଧାନ କିଣିବା ସମୟରେ ପ୍ରଦାନ କଲେ ସବସିଡି ଟଙ୍କା ଏକାଉଣ୍ଟକୁ ପ୍ରଦାନ କରାଯିବ ବୋଲି କହିଛନ୍ତି। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।