ଚଳିତ ବର୍ଷ+୨ ପରୀକ୍ଷା ଫଳକୁ ନେଇ ଚର୍ଚ୍ଚାରେ ନରସିଂହପୁର ମହାବିଦ୍ୟାଳୟ

30

Get real time updates directly on you device, subscribe now.

ନରସିଂହପୁର(ସଂଘର୍ଷ ମିଡିଆ ) : – ଚଳିତ ବର୍ଷ କୋଭିଡ଼ି ଯୋଗୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ବିନା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ୯୫ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀ। ବିଜ୍ଞାନ ଏବଂ ବାଣିଜ୍ୟରେ ମାଟ୍ରିକ ଆଧାରକୁ ନେଇ ଯେଉଁଭଳି ଭାବରେ ଛାତ୍ରଛାତ୍ରୀ ମାନଙ୍କୁ ମାର୍କ ଦିଆ ଯାଇଛି । ସେଥିରେ ସନୁଷ୍ଟି ଜାହିର କରିଛନ୍ତି ନରସିଂହପୁର ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସହ ଅଧ୍ୟକ୍ଷ ଏବଂ ଅଧ୍ୟାପକ ଅଧ୍ୟାପିକା ମାନେ। ଚଳିତ ବର୍ଷ ନୂଆ କରି କଲେଜକୁ ଆସିବା ପାଇଁ ପ୍ରସ୍ତୁତ ଥିବା ଛାତ୍ରଛାତ୍ରୀ ମାନଙ୍କୁ ସବୁ ଦିଗରୁ ଉତ୍ତମ ଶିକ୍ଷ୍ୟା ଦାନ ଯୋଗାଇ ଦିଆଯିବ ପାଇଁ ନିଷ୍ପତ୍ତି ନେଇଛନ୍ତି ମହାବିଦ୍ୟାଳୟ ତ ଅଧ୍ୟକ୍ଷ ଏବଂ ଅଧ୍ୟାପକ ଅଧ୍ୟାପିକା ମାନେ। ଚଳିତ ବର୍ଷ ଆଠଗଡ଼ ଉପଖଣ୍ଡରେ ବିଜ୍ଞାନ ରେ ଶତକଡ଼ା ୮୮℅ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ମହାବିଦ୍ୟାଳୟ ର ଛାତ୍ର ରାଜେଶ ବେହେରା,ଏବଂ ବାଣିଜ୍ୟରେ ସ୍ୱସ୍ତିଧର ସେଠୀ ସର୍ବୋଚ୍ଚ ନମ୍ବର ରଖି ପାସ କରି ନରସିଂହପୁର କଲେଜ ପାଇଁ ଗୌରବ ଆଣିଛନ୍ତି ଏହି ଦ୍ବୟ ଛାତ୍ର।ତେବେ ଚଳିତ ବର୍ଷର ପାସ ହାରକୁ ଆଖିଆଗରେ ରଖି ଏବେଠୁ ଆକ୍ଟିଭ ମୁଡୁରେ ଶିକ୍ଷ୍ୟାଦାନ କରିବାକୁ ପ୍ରସ୍ତୁତ ହେଲେଣି ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାମାନେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More