ଚଳତି ମ୍ୟାଟ୍ରିକ ପରୀକ୍ଷାରେ ମହାରାଜା ଉଚ୍ଚ ବିଦ୍ୟାଳୟର ଛାତ୍ରଙ୍କୁ ସମ୍ବର୍ଦ୍ଧନା

17

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) :- ଚଳିତ ୨୦୨୨-୨୩ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ସୋନପୁର ମହାରାଜା ଉଚ୍ଚ ବିଦ୍ୟାଳୟର କୃତିତ୍ବ ଅର୍ଜନ କରିଥିବା ତଥା ୫୪୯ ମାର୍କ ରଖି A-1 ଗ୍ରେଡରେ ଉତ୍ତିର୍ଣ୍ଣ ହୋଇଥିବା ଛାତ୍ର ଦେବେନ୍ଦ୍ର ଖମାରୀଙ୍କୁ ହାଇସ୍କୁଲ ପରିସରରେ ସମ୍ବର୍ଦ୍ଧନା ଦିଆଯାଇଛି I ଏହି ଅବସରରେ ମୋ ସ୍କୁଲ ଅଭିଯାନର ସଭାପତି ଗୋରେଖନାଥ ସାହୁ ଓ ସଂପାଦକ ଦୀଲ୍ଲିପ ରଥ ଛାତ୍ର ଦେବେନ୍ଦ୍ର ଖମାରୀଙ୍କୁ ସମ୍ବର୍ଦ୍ଧନା କରି ତାଙ୍କ ଉଜ୍ବଳ ଭବିଷ୍ୟତ ପାଇଁ ଆଶିର୍ବାଦ ପ୍ରଦାନ କରିଥିଲେ I ମେଧାବୀ ଛାତ୍ର ଦେବେନ୍ଦ୍ର ଖମାରୀ ବିଦ୍ୟାଳୟ ପାଇଁ ତଥା ଜିଲ୍ଲା ପାଇଁ ଗର୍ବ ଓ ଗୌରବ ବୋଲି ବିଦ୍ୟାଳୟ କର୍ତ୍ତୁପକ୍ଷ ପ୍ରକାଶ କରିଥିଲେ I ଏଠାରେ ପ୍ରକାଶ ଥାଉ କି ବିଗତ ୧୪ ବର୍ଷ ପରେ ଏହି ବିଦ୍ୟାଳୟରୁ ଜଣେ ଛାତ୍ର A-1 ଗ୍ରେଡରେ ଉତ୍ତର୍ଣ୍ଣ ହୋଇଥିବା ବେଳେ ଶିକ୍ଷକ , ଶିକ୍ଷୟିତ୍ରୀ ତଥା ଅବିଭାବକ ମହଲରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି I ତେବେ ଏହି ଛାତ୍ରଙ୍କ ସଫଳତା ଅନ୍ୟ ଛାତ୍ରମାନଙ୍କୁ ଅଧ୍ୟୟନ କରିବାରେ ଉତ୍ସାହ ପ୍ରଦାନ କରିବ I ଆଜି ଏହି ଛାତ୍ରଙ୍କୁ ସମ୍ବର୍ଦ୍ଧନା ଦେବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଶିଷ ରଂଜନ ରଥଙ୍କ ସହିତ ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଛାତ୍ରମାନେ ଉପସ୍ଥିତ ଥିଲେ I ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More