- ମାହାଙ୍ଗା(ସଂଘର୍ଷ ମିଡିଆ ) : ସାଧାରଣତଃ ସମସ୍ତଙ୍କର ଇଚ୍ଛା ଥାଏ ନିଜ ବାହାଘର କେମିତି ଯାକ ଜମକରେ ହେଉ। ସାଙ୍ଗ ସାଥି ଆସନ୍ତୁ, ବନ୍ଧୁ ବାନ୍ଧବ ଆସନ୍ତୁ, କିନ୍ତୁ ୟାରି ଭିତରେ କିଛି ନିଆରା ମଣିଷ ଥାଆନ୍ତି ଯେଉଁମାନେ କିଛି ନିଆରା କରିଦେଖାନ୍ତି ପରେ। ଯାହାକି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟି ଯାଆନ୍ତି ଏବଂ ବର୍ତ୍ତମାନର ଯୁବ ସମାଜ ପାଇଁ ଉଦାହରଣ ବନି ଯାଆନ୍ତି। ଆସନ୍ତୁ ଦେଖିବା ଏହି ଭଳି ଘଟଣା । କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳର ଅଢ଼ମ ଗାଁର ଯୁବକ ସଞ୍ଜୟ କୁମାର ପଣ୍ଡା। ଗତ ଶୁକ୍ରବାର ସେ ବିବାହକରି ଯାଜପୁର ବାଲିକୁଦାର ଅନସୁୟାଙ୍କ ହାତଧରି ନିଜ ଘରକୁ ଆଣିଥିଲେ। ସବୁ ବାହାଘର ଭଳି ଗତ ରବିବାର ସଞ୍ଜୟ ଓ ଅନସୁୟା ଙ୍କର ବିବାହ ଭୋଜିର ଆୟୋଜନ କରାଯାଇଥିଲା। ଭୋଜିରେ ସାଜସଜା ଖାଦ୍ୟପେୟ ଓ ଅତିଥି ମାନଙ୍କ ଗହଳି ସହ ମଞ୍ଚ ଉପରେ ବରକନ୍ୟା ସଞ୍ଜୟ ଓ ଅନସୂୟାଙ୍କ ଉପସ୍ଥିତି ବେଶ୍ ଖୁସିର ଲହରୀ ଖେଳାଇ ଥିଲା। ଆଉ ଏହି ଖୁସିର ମାହୋଲ ଚର୍ଚ୍ଚାରେ ପାଲଟିଥିଲା ଯେତେବେଳେ ବେଶ ଚକଚକ୍ୟ ଅତିଥିମାନଙ୍କ ମଧ୍ୟରେ ଯେତେବେଳେ ସ୍ଥାନୀୟ ଅଞ୍ଚଳର କିଛି ଗରିବ ଅବହେଳିତ ବୃଦ୍ଧ ଓ ବୃଦ୍ଧାଙ୍କୁ ଦେଖିବାକୁ ମିଳିଥିଲା ଅତିଥି ଭାବରେ। ଅସହାୟ ବୃଦ୍ଧ ଓ ବୃଦ୍ଧାମାନଙ୍କୁ ସସମ୍ମାନେ ମଞ୍ଚ ଉପରକୁ ଡକାଯାଇ ନୂତନ ବସ୍ତ୍ରଦେଇ ସମ୍ମାନିତ କରାଯାଇ ଭୋଜିରେ ସେମାନଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଥିଲା। ଏହା ସହ ସେମାନଙ୍କୁ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ ସଞ୍ଜୟ। ଅତିଥିମାନେ ଉଭୟ ବାରକନ୍ୟାଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।Vo2- ସଞ୍ଜୟ ପୂର୍ବରୁ ସମାଜସେବା ସହିତ ଜଡିତ ରହି ଆସିଛନ୍ତି। ଚାରି ବର୍ଷ ହେଲାଣି ସେ ବିଭିନ୍ନ ଜନ ସେବାମୂଳକ କାର୍ଯ୍ୟକ୍ରମରେ ସଦା ସର୍ବଦା ନିଜକୁ ନିୟୋଜିତ କରିଆସିଛନ୍ତି। ଗତ କୋଭିଡ ସମୟରେ ସାଧାରଣ ଲୋକଙ୍କ ନିକଟରେ ଖାଦ୍ୟପେୟ ଠାରୁ ଆରମ୍ଭ କରି ପ୍ରବାସୀମାନଙ୍କୁ ମଧ୍ୟ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିଆସିଛନ୍ତି। ସଞ୍ଜୟ କଳିଙ୍ଗ ସମାଜସେବା ସଂଗଠନର ପ୍ରମୁଖ ଦାୟିତ୍ଵ ନେଇଆସିଛନ୍ତି। ବିବାହର ନୂତନ ଜୀବନ ଆରମ୍ଭରେ ସେ ନିଜ ପତ୍ନୀଙ୍କ ସହ ଆଗକୁ ଏଭଳି ସମାଜସେବା ଜରିରଖିବେ ବୋଲି ନିଜର ମତ ରଖିଛନ୍ତି। ଏହି ଉତ୍ସବରେ ସଂଗଠନର ଅନ୍ୟ ସଦସ୍ୟମାନେ ଯୋଗଦେଇ ସଞ୍ଜୟଙ୍କୁ ଏହି ମହତ୍ତ୍ଵ କାର୍ଯ୍ୟରେ ସହଯୋଗ କରିଥିଲେ। ଏହି ଭଳି ମହତ୍ତ୍ଵ କାର୍ଯ୍ୟ କରି ସଞ୍ଜୟ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଯୁବ ପୀଢ଼ି ଏହି ଭଳି କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ କଳିଙ୍ଗ ସେବା ସଙ୍ଗଠନ ଆହ୍ବାନ ଦେଇଛି।
Get real time updates directly on you device, subscribe now.
Prev Post