ଚରଦା କପିଳେଶ୍ୱର ମନ୍ଦିର ଦାନ ବାକ୍ସ ଭାଙ୍ଗି ଟଙ୍କା ଚୋରୀ ,ଥାନାରେ ମକଦ୍ଦମା ରୁଜୁ

18

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଚରଦା କପିଳେଶ୍ୱର ମନ୍ଦିରରୁ ଥିବା ୩ ଦାନବାକ୍ସକୁ ଭାଙ୍ଗି ଟଙ୍କା ଚୋରି ହାେଇଥିବା ଚରଦା ଟ୍ରଷ୍ଟ ବୋର୍ଡ କମିଟିର ସଭାପତି ଅଶୋକ ପୃଷ୍ଟି ବିନିକା ଥାନାରେ ଅଭିଯୋଗ କରିଛନ୍ତି । ଆଜି ସକାଳେ ଅନୁସନ୍ଧାନ କାରୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ ହୋଇଥିଲେ ହେଁ ଚୋର ମାନଙ୍କର କୌଣସି ପତ୍ତା ମିଳି ପାରି ନାହିଁ । ସିସି ଟିଭି ଫୁଟେଜ ରୁ ମିଳିଥିବା ତଥ୍ୟ ଅନୁସାରେ ପୁଣି ଗତକାଲି ବିଳମ୍ବିତ ରାତିରେ ୩ଜଣ ମୁଖା ପିନ୍ଦା ଦୁର୍ବୃତ୍ତ ମନ୍ଦିର ପଛ କବାଟ ଭାଙ୍ଗି ମନ୍ଦିର ଭିତରକୁ ଆସି ସିଂହଦ୍ଵାର,ମହାଦେବ ବାବାଙ୍କ ସମ୍ଭୂଖ ଓ ମାଁ ଚରଦେ ଇ ମନ୍ଦିର ସମ୍ଭୁଖାରେ ଥିବା ଦାନବାକ୍ସ କୁ ଚତୁରତାର ସହ ଭାଙ୍ଗି ସେଥିରେ ଥିବା ଆନୁମାନିକ ୨୫ହଜାର ଟଙ୍କା ଚୋରି କରି ନେଇ ଯାଇଛନ୍ତି । ଏହି ଘଟଣା ଜଣାପଡିବା ପରେ ଟ୍ରଷ୍ଟ ବୋର୍ଡ ସଭାପତି ଫୋନ ମାଧ୍ୟମରେ ପୁଲିସକୁ ଖବର ଦେବାପରେ ବିନିକା ଥାନା ଅଧିକାରୀ ପବିତ୍ର ସାହୁଙ୍କ ନେତୃତ୍ୱରେ ଏକ ଟିମ ମନ୍ଦିରକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ପରେ ସୋନପୁର ଏସଡିପିଓ ପୁଷ୍ପାଞ୍ଜଳି ମିଙ୍ଗ ଘଟଣାସ୍ଥଳରେ ପହଞ୍ଚିବା ପରେ ଅନୁସନ୍ଧାନ କାରୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ ହୋଇଥିଲେ । କୁକୁରଟି ପ୍ରଥମେ ମହାପ୍ରଭୁଙ୍କ ରୋଷେଇ ସାଲା,ପାର୍ବତୀ ମନ୍ଦିର ପଛପଟ ବାବା ମଠ, ବାମ୍ପି ରାସ୍ତା ଦେଇ ଚାଷ ଜମି ଭିତରେ ସନିଶ୍ଚର ମନ୍ଦିର ପର୍ଯ୍ୟନ୍ତ ଗମନ କରିଥିଲେ ମଧ୍ୟ ଚୋର ମାନଙ୍କର କୌଣସି ପତ୍ତା ପାଇ ନଥିଲା । ସୂଚନା ଯୋଗ୍ୟ ଯେ , ୨୦୧୧ ମସିହାରେ ଏହି ମନ୍ଦିରରୁ ସୁନା ଅଳଙ୍କାର ଚୋରି ହୋଇଥିଲା କିନ୍ତୁ ଦୁଃଖର ବିଷୟ ଅଦ୍ୟାବଧି ଚୋର ଧରା ପଡିନାହିଁ କି ଚୋରି ସାମଗ୍ରୀ ମିଳିନାହିଁ।ଏଣୁ ତୁରନ୍ତ ଚୋରି କରିଥିବା ବ୍ୟକ୍ତି ମାନଙ୍କୁ ପୁଲିସ ଗିରଫ କରିବା ସହିତ ଚୋରି ସାମଗ୍ରୀ ଉଦ୍ଧାର କରିବାକୁ ଅଞ୍ଚଳ ବାସି ଦାବି କରିଛନ୍ତି। ଏହା ସହ ସରକାରଙ୍କ ତରଫରୁ ଏହି ମନ୍ଦିରରେ ସୁରକ୍ଷା କର୍ମୀ ଯୋଗାଇ ଦେବାକୁ ଦାବି ହେଉଛି l ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More