ଚମ୍ପେଶ୍ୱର ପ୍ରାଇମ ଏକାଡେମୀ ପକ୍ଷରୁ ବିଶାଳ ସାଇକେଲ ସଚେତନତା ଶୋଭାଯାତ୍ରା

16

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) :- ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ଚମ୍ପେଶ୍ୱର ସ୍ଥିତ ପ୍ରାଇମ ଏକାଡେମୀ ପକ୍ଷରୁ ଏକ ସଚେତନତା ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶ୍ରମିକ ଦିବସରେ ଶିଶୁଙ୍କୁ ଶ୍ରମିକ ଭାବେ ନ ଗଢିବା ପାଇଁ ଏଥିରେ ବାର୍ତ୍ତା ପ୍ରଦାନ କରାଯାଇଥିଲା। ପ୍ରାଇମ ଏକାଡେମୀ ପକ୍ଷରୁ ଶତାଧିକ ଛାତ୍ରଛାତ୍ରୀ ପ୍ଲା କାର୍ଡ଼ ଧରି ଚମ୍ପେଶ୍ୱର ଅଞ୍ଚଳର ପରିକ୍ରମା କରିବା ସହ ଲୋକଙ୍କୁ ସଚେତନ କରାଇଥିଲେ। ଏଥିରେ ଉଦଘାଟକ ଭାବେ ନରସିଂହପୁର ବ୍ଲକ ଅଧକ୍ଷା ଶ୍ରୀମତି ସସ୍ମିତା ଜେନା, ନରସିଂହପୁର ତହସିଲଦାର ଆଲୋକ କୁମାର ଦେହୁରୀ, ଚମ୍ପେଶ୍ୱର ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଶ୍ରୀଯୁକ୍ତ ବିପିନ ବିହାରୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More