ଚନ୍ଦ୍ରାୟନ ୩ର ସଫଳ ଉତକ୍ଷେପଣକୁ ନେଇ ଆକର୍ଷଣୀୟ ବାଲୁକାକୃତି

29

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଚନ୍ଦ୍ରାୟନ ୩ର ସଫଳ ଉତକ୍ଷେପଣକୁ ନେଇ ପ୍ରଖ୍ୟାତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ନିଳାଦ୍ରୀ ବେଳାଭୂମିରେ ଗଢିଛନ୍ତି ଏକ ଆକର୍ଷଣୀୟ ବାଲୁକାକୃତି। ଏଥିରେ ଚନ୍ଦ୍ରାୟନ ୩ର ଏକ ବାଲୁକାକୃତି ପ୍ରଦର୍ଶିତ କରିଛନ୍ତି। ୫ଶହ ଷ୍ଟିଲ ପାତ୍ର ବ୍ଯବହାର କରିବା ସହିତ ଗଢିଛନ୍ତି ଚନ୍ଦ୍ରୟାନ 3 ର ବାଲୁକା କଳା । ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ “ବିଜୟୀ ଭବ” ବାର୍ତ୍ତା ସହିତ ୫ଶହ ଷ୍ଟିଲ ପାତ୍ର ସ୍ଥାପନ କରି ଏହି ଆକର୍ଷଣୀୟ ଚନ୍ଦ୍ରାୟନ 3 ର ବାଲୁକା କଳା ପ୍ରଦର୍ଶିତ କରିଛନ୍ତି। ଚନ୍ଦ୍ରାୟଣ 3କୁ ନେଇ ଗଢିଥିବା ଏହି ବାଲୁକାକୃତିଟିରେ ୧୫ଟନ୍ ବାଲି ବ୍ଯବହାର ହୋଇଥିବା ବେଳେ ଲମ୍ବ ରହିଛି ପ୍ରାୟ ୨୨ ଫୁଟ୍। ଏହି ବାଲୁକାକୃତି ଗଢିବାରେ ସୁଦର୍ଶନ ପଟ୍ଟନାୟକଙ୍କୁ ସହଯୋଗ କରିଥିଲେ ତାଙ୍କ ବାଲୁକା କଳା ବିଦ୍ୟାଳୟର ଛାତ୍ର | ତେବେ ଚନ୍ଦ୍ରାୟନ 3ର ସଫଳତା ଲାଗି ବାଲୁକାକୃତି ଜରୀଆରେ ଆଶାବ୍ଯକ୍ତ କରିଛନ୍ତି ସୁଦର୍ଶନ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More