ଚନ୍ଦ୍ରଭାଗାରେ ଉଦ୍ଘାଟିତ ହେଲା ଆନ୍ତର୍ଜାତୀୟ ବାଲୁକା ଚିତ୍ରକଳା ମହୋତ୍ସବ

41

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – କୋଣାର୍କ ଚନ୍ଦ୍ରଭାଗାରେ ଉଦ୍ଘାଟିତ ହୋଇଛି ଆନ୍ତର୍ଜାତୀୟ ବାଲୁକା ଚିତ୍ରକଳା ମହୋତ୍ସବ। ଓଡ଼ିଶା ସରକାର ଓ ପର୍ଯ୍ୟଟନ ବିଭାଗର ମିଳିତ ଆନୁକୁଲ୍ୟରେରେ ଭାରତ ର ସର୍ବ ବୃହତ୍ ବାଲୁକା ଚିତ୍ରକଳା ମହୋତ୍ସବ ଆରମ୍ଭ ହୋଇଛି । ଆସନ୍ତା ଡ଼ିସେମ୍ବର 5 ତାରିଖ ଯାଏ ଏହି ଅନ୍ତର୍ଜାତୀୟ ବାଲୁକା ଚିତ୍ରକଳା ମହୋତ୍ସବ ଅନୁଷ୍ଠିତ ହେବ। ଶହେ ଅଧିକ ବାଲୁକା ଚିତ୍ରଶିଳ୍ପୀ ଏହି ବାଲୁକା ଚିତ୍ରକଳା ମହୋତ୍ସବରେ ସାମିଲ ହୋଇଛନ୍ତି। ଆମେରିକା, ଅଷ୍ଟ୍ରେଲିଆ, ବେଲାଋଷ, ଋଷିଆ ଆଦି ବିଦେଶରୁ ମଧ୍ଯ ଅନେକ ବାଲୁକା ଚିତ୍ର ଶିଳ୍ପୀ ଏହି ବାଲୁକା ଚିତ୍ରକଳା ମହୋତ୍ସବରେ ସାମିଲ ହୋଇଛନ୍ତି। ଡିସେମ୍ବର 1 ତାରିଖରୁ 5 ତାରିଖ ଯାଏ ଅନୁଷ୍ଠତ ହେବାକୁ ଥିବା ବାଲୁକା ଚିତ୍ରକଳା ମହୋତ୍ସବରେ ପ୍ରତିଦିନ ଏକ ଥିମ୍ ଦିଯାଜିବ। ସେହି ଟିମ୍ ଅନୁଯାଇ ଚିତ୍ର ଶିଳ୍ପୀ ମାନେ ବାଲୁକା ଚିତ୍ରକଳା ତିଆରି କରିବେ। ତେବେ ପ୍ରଥମ ଦିନରେ କଲଚର ଓ ହେରିଟେଜ୍ ଥିମ୍ ରହିଚି। ତେବେ ଏହି ବାଲୁକା ଚିତ୍ରକଳା ମହୋତ୍ସବ କୁ ଦେଖିବାକୁ ହଜାର ହଜାର ଦର୍ଶକଙ୍କ ଭିଡ ହୋଇଚି।otdc ର ଅଧ୍ୟକ୍ଷ ଲେନିନ୍ ମହାନ୍ତି, କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି କାର୍ଯକ୍ରମ କୁ ଉଦ୍ଘାଟନ କରିଥିଲେ। Otdc ର ଅଧ୍ୟକ୍ଷ ଲେନିନ ମହାନ୍ତି କହିଛନ୍ତି କୋଣାର୍କ ସ୍ୟାଣ୍ଡ ଆର୍ଟ ଫେଷ୍ଟିଭାଲ ସାରା ବିଶ୍ଵରେ ସ୍ଵତନ୍ତ୍ର ସ୍ଥାନ ହାସଲ କରିଛି। ଏହାକୁ ଦେଖିବାକୁ ହଜାର ହଜାର ବିଦେଶୀ ପର୍ଯ୍ୟଟକ ଆସୁଛନ୍ତି। ଏହା ଦ୍ବାରା ଓଡ଼ିଶାର କଳା ଭାସ୍କର୍ଯ୍ୟର ପ୍ରଚାର ପ୍ରସାର ହେଉଚି । ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି କୋଣାର୍କ ଚନ୍ଦ୍ରଭାଗା ରେ ହେଉଥିବା ବାଲୁକା ଚିତ୍ରକଳା ମହୋତ୍ସବ ସାରା ଭାରତରେ ସର୍ବ ବୃହତ୍ ବାଲୁକା ଚିତ୍ର କଳା ମହୋତ୍ସବ। ଏହାକୁ ଦେଶ ବିଦେଶରୁ ଅନେକ ଅର୍ଟିଷ୍ଟ ଆସିଥାନ୍ତି। ଓଡ଼ିଶା ପର୍ଯ୍ୟଟନ ବିଭାଗ ର ସହଯୋଗ ରୁ ଏହି କାର୍ଯ୍ୟକ୍ରମ ସଫଳ ହୋଇଛି। ସେପଟେ ଏହି ବାଲୁକା ଚିତ୍ରକଳା ମହୋତ୍ସବ ରେ ସାମିଲ ହୋଇଥିବା ଅର୍ଟିଷ୍ଟ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି। ଏଭଳି କାର୍ଯକ୍ରମ ଏକ ସୁଜୋଗ ହୋଇ ଥିବା ବେଳେ ସବୁ ଅର୍ଟିଷ୍ଟ ଏଠାରେ ନିଜର ର କଳା ଦେଖାଇବା ପାଇଁ ବେଶ୍ ଉତ୍ସାହିତ ଥାନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More