ଚତରାପଦାରୁ ଜନ୍ତୁ ଶିକାରୀ ସହ ବାଇକ ଓ ସ୍କୁଟି ଜବତ

16

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : ନରସିଂହପୁର ପୂର୍ବ ବନାଞ୍ଚଳରେ ବଢୁଛି ଜନ୍ତୁ ଶିକାର। ବିଳମ୍ବିତ ରାତିରେ ଦୁଇ ଜନ୍ତୁ ଶିକାରୀଙ୍କୁ ଧରିଛି ବନ ବିଭାଗ। ସେରମୁଣ୍ଡା ଅଞ୍ଚଳରୁ ଏକ ଗୁରାଣ୍ଡି ଜନ୍ତୁ ଶିକାର କରି ଫେରୁଥିବା ବେଳେ ଗ୍ରାମବାସୀ ଜାଣି ପାରି ବନ ବିଭାଗକୁ ଖବର ଦେଇଥିଲେ। ପରେ ଚତରାପଦା ଅଞ୍ଚଳରୁ ମୃତ ଗୁରାଣ୍ଡି ସହିତ ଏକ ବାଇକ୍ ଓ ସ୍କୁଟି ଜବତ କରିଛି ବିଭାଗ। ଏହି ଘଟଣା ରେ ସଂପୃକ୍ତ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୂର୍ଵ ବନାଞ୍ଚଳ ରେଞ୍ଜର ସୁବାସ ରାଉତ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି। ତେବେ ପୂର୍ଵ ବନାଞ୍ଚଳ ଅଞ୍ଚଳରେ ଶିକାର ଓ ଶିକାରୀ ଙ୍କର ଚରାଭୂଇଁ ପାଲଟିଥିବା ବେଳେ ବନ ବିଭାଗ କର୍ମଚାରୀ ଙ୍କର ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More