ଚଗଲା ବିଶ୍ୱାଳଙ୍କ ମରଣାନ୍ତକ ଆକ୍ରମଣରେ ବୁଲୁ ବସନ୍ତିଆ ଗୁରୁତର

11

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) :- ଦିନକୁ ଦିନ ଚୋରି ଡକାୟତ, ରାହାଜାନି ବଢୁଥିବା ବେଳେ ଏବେ ଗାଁ ଗଣ୍ଡାରେ ରହୁଥିବା କୁଜି ଦାଦା ମାନଙ୍କ ଦାଦାଗିରି ଦିନକୁ ଦିନ ବଢିବାରେ ଚାଲିଛି । କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କଚେରୀପଡା ଗ୍ରାମରେ ଚଗଲା ବିଶ୍ୱାଳ ନାମକ ଜଣେ ବ୍ୟକ୍ତି ନିଶା ଚୁର ଅବସ୍ଥାରେ ବିଲ ବଳରାମପୁର ଗ୍ରାମର ବୁଲୁ ବସନ୍ତିଆ ଜଣେ ଗରିବ ମଜୁରିଆ ଲୋକକୁ ମାଡ ମାରିଥିଲେ । ସୂଚନା ମୁତାବକ ସନ୍ଧ୍ୟା ସମୟରେ ବୁଲୁ ବସନ୍ତିଆ କଚେରୀପଡା ଛକରେ ଥିବା ରବୀନ୍ଦ୍ର ସାହାଣୀଙ୍କ ପାନ ଦୋକାନରେ ବସି ପାନ ଖାଉଥିବା ସମୟରେ ଚଗଲା ବିଶ୍ୱାଳ ନାମକ ବ୍ୟକ୍ତି ମଦ ନିଶାରେ ଚୁର ହୋଇ ବୁଲେଟ ଗାଡିରେ ଆସି ବୁଲୁ ବସନ୍ତିଆଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରି ଗୋଇଠା ଉପରେ ଗୋଇଠା ମାରିଥିଲେ । ଘଟଣା ସ୍ଥଳରେ ଥିବା ଲୋକେ ଧରା ଧରି କରିଥିଲେ ମଧ୍ୟ ଚଗଲା ବିଶ୍ୱାଳ ନିଶାରେ ଚୁର ଥିବା କାରଣରୁ ଧରା ଧରି କରିଥିବା ଲୋକ ମାନଙ୍କୁ ମଧ୍ୟ ଧକା ପକାଇଥିଲେ । ଏହାପରେ ଉକ୍ତ ସ୍ଥାନରୁ ଚଗଲା ବିଶ୍ୱାଳ ଚମ୍ପଟ ମାରିଥିଲା । ପୁନର୍ବାର ରାତି 9ଟା ସମୟରେ ଆସି ଛକ ମଝିରେ ଗାଁ ଲୋକଙ୍କ ସମୁଁଖରେ ବୁଲୁ ବସନ୍ତିଆକୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଗାଁରେ ରଖେଇ ଦେବ ନାହିଁ ଓ ରହିଲେ ଜୀବନରୁ ମାରିଦେବି ବୋଲି ଧମକ ଦେଇଥିଲେ । ଏହା ଶୁଣିଲା ପରେ ବୁଲୁ ବସନ୍ତିଆ ନିଜ ଜୀବନ ଅସୁରକ୍ଷିତ ମନେକରି ତୁରନ୍ତ କେନ୍ଦ୍ରାପଡ଼ା ସଦର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଏକ ଦିନ ପରେ ପୋଲିସ ଘଟଣା ସ୍ଥଳକୁ ଯାଇ ଲୋକ ମାନଙ୍କୁ ପଚରା ଉଚରା କରିଥିଲା ଏବଂ 5ରୁ 10 ଜଣ ଲୋକ ଚଗଲା ବିଶ୍ୱାଳ ବୁଲୁ ବସନ୍ତିଆକୁ ମାରିଥିଲା ବୋଲି ସାକ୍ଷୀ ମଧ୍ୟ ଦେଇଥିଲେ । ଅପରାଧୀ ଚଗଲା ବିଶ୍ୱାଳ ଖୋଲା ଖୋଲି ବାହାରେ ବୁଲୁଛି ନା କାହାରିକିକୁ ଡର ନା କାହାରିକୁ ଖାତିର ଏକ ଦମ କୁଜି ଦାଦା ପାଲଟିଛି ଚଗଲା ବିଶ୍ୱାଳ । ସୂଚନା ମୁତାବକ ଚଗଲା ବିଶ୍ୱାଳ ନାଁରେ ଦଶରୁ ବାରଟି କେସ ଥାନାରେ ଥିବା ବେଳେ ଜଣେ ଆସାମୀ କେମିତି ଖୁଲମ ଖୁଲା ବୁଲିବା ସହ ଲୋକଙ୍କୁ ଧମକ ଦେବା ଓ ମରଣାନ୍ତକ ଆକ୍ରମଣ କରିପାରୁଛି ତାହା ଭାବନାର ବାହାରେ । ଗାଁର କୁଜି ଦାଦା ଚଗଲା ବିଶ୍ୱାଳ ବିରୁଦ୍ଧରେ ପୋଲିସ ଏପର୍ଯ୍ୟନ୍ତ ଚୁପ କାହିଁ ବସିଛି ନା କେବେ କରିବ କାର୍ଯ୍ୟାନୁଷ୍ଠାନ ତାହା ଦେଖିବା ରହିଲା ବାକି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More