ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

20

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ) : – ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ସଙ୍ଗଠନର ସୁନ୍ଦରଗଡ଼ ଜିଲ୍ଲାର ସଦସ୍ୟ ମାନଙ୍କ ଦ୍ୱାରା ଏବଂ ରାଉରକେଲା ସହରର ଜୟପ୍ରକାଶ-(JP) Hospital ର ସହାୟତାରେ ଛେଣ୍ଡର ଟିସ୍କୋ ବସ୍ତିରେ ଥିବା ବିଶ୍ରାମୁଣ୍ଡା ସ୍କୁଲ ନିକଟରେ ଆଜି ଏକ ଚକ୍ଷୁ ପରୀକ୍ଷା ଶିବିର କରାଇ ଶତାଧିକ ବୃଦ୍ଧ/ବୁଢ଼ାବୁଢ଼ୀ ଲୋକମାନଙ୍କର ସମ୍ପୂର୍ଣ୍ଣ ନିଃଶୁଳ୍କରେ ଚକ୍ଷୁ ପରୀକ୍ଷା କ୍ୟାମ୍ପ କରାଇବା ସହିତ ସେଥି ମଧ୍ୟରୁ ଅନେକ ଗରିବ-ଗୁରୁବା ଲୋକଙ୍କୁ ମାଗଣାରେ ଆଖିପାଇଁ (POWER GLASS) ଚଷମା ବଣ୍ଟନ କରିବା ସାଙ୍ଗକୁ ଅତି ଗୁରୁତ୍ୱପୂର୍ଣ CASE ଗୁଡିକୁ ଚି଼ହ୍ନଟକରି ତୁରନ୍ତ ଆମ୍ବୁଲାନ୍ସ ଡକାଇ J.P HOSPITAL କୁ ସ୍ଥାନାନ୍ତର କରାଇଥିଲେ । ସେଠାରେ ସେମାନଙ୍କର ଆକ୍ଷି ଅପେରସନ କରାଇବା ଓ ମୋତିଆବିନ୍ଦୁକୁ ସଫା କରାଇ ପୁନଃ ସେମାନଙ୍କୁ ଏହି ଉଜ୍ୱଳ ଆଲୋକିତର ସୁନ୍ଦରସରସ ଦୁନିଆ ଦେଖାଇ ପାରିବାର,ଏ ଯେଉଁ ସମ୍ପୂର୍ଣ୍ଣ ଭିନ୍ନ ନିଆରା ପ୍ରଚେଷ୍ଠାଟିକୁ ଦେଖି ଆଜି ସମଗ୍ର ରାଉରକେଲା ସହରବାସି ଏହି IHRD ଟିମଙ୍କୁ ଅଶେଷ ଅଶେଷ ପ୍ରଶଂସା ଅଜାଡିଦେବାରେ ଲାଗି ପଡିଛନ୍ତି । ସଙ୍ଗଠନର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବିଶ୍ୱଜିତ ମଲ୍ଲିକ ଙ୍କର କହିବାନୁଯାଇ ଆମେ ପ୍ରତ୍ୟକଦିନ କିଛି ନୂଆ କରି ଦେଖେଇବାକୁ ଚେଷ୍ଠା କରି ଆସୁଛୁ । କାରଣ ଆପଣଙ୍କ ଭଳି କିଛି ସାହସୀ ଯୁବପିଢ଼ି ଓ ସମାଜସେବୀ/ ଦେଶପ୍ରେମୀ ଗଣ ଯଥା ସମ୍ଭବ ତଥା ଶୀଘ୍ର ଆସି ଆମର ଏହି ସଙ୍ଗଠନଟିରେ ଯୋଗ ଦେଇ ଆମ ମନବଳଟିକୁ ଆହୁରି କିପରି ଦ୍ବିଗୁଣିତ କରିବାହେବେ ଏହାହିଁ ଆମ ମାନଙ୍କର ଶେଷ ପ୍ରାଥନା ଓ କାମନା ବୋଲି ମତବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More