ଚଉଦକୁଲାଟ ଫାଣ୍ଡିରେ ମହିଳାଙ୍କୁ ଦୃବ୍ୟବହାର ଅଭିଯୋଗ

21

Get real time updates directly on you device, subscribe now.

କେନ୍ଦ୍ରାପଡ଼ା ( ସଂଘର୍ଷ ମିଡିଆ ) : କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଥାନା ଅଧୀନସ୍ଥ ଚଉଦକୁଲାଟ ଫାଣ୍ଡିରେ ପାରିବାରିକ କଳହକୁ କେନ୍ଦ୍ରକରି ଗତ ୨୯ ରିଖ ସୁନୀତା ନାଥ ଶର୍ମା ନାମକ ମହିଳା ଅଭିଯୋଗ କରିବାକୁ ଯାଇଥିଲେ। ଚଉଦକୁଲାଟ ଫାଣ୍ଡି ଅଧିକାରୀ ବିଜୟ କୁମାର ଖଟୁଆ ଅପରାହ୍ନ ୫ଟା ସମୟରେ ଆସ ବୋଲି କହିଥିଲେ। ସୁନୀତା ନାଥ ଶର୍ମା ସ୍ଵାମୀ ରମେଶ ନାଥ ଶର୍ମା ଚଉଦକୁଲାଟ ତମାଳ ଶାସନ ଗ୍ରାମର ମହିଳା ଜଣଙ୍କ ଫାଣ୍ଡି ଅଧିକାରୀ କହିବା ମୁତାବକ ଅପରାହ୍ନ ୫ ଘଟିକା ସମୟରେ ପହଞ୍ଚିଥିଲେ। ଫାଣ୍ଡି ଅଧିକାରୀ ବିଜୟ କୁମାର ଖଟୁଆ ଓ ଅନ୍ୟ କିଛି ବ୍ୟକ୍ତି ଙ୍କ ସହିତ କଥାବାର୍ତ୍ତା ହୋଇଥିବା ସମୟରେ ସୁନୀତାକୁ ଦେଖି ବିରକ୍ତି ହୋଇ କହିଥିଲେ କି ଆଜି ସମୟ ନାହିଁ ଏବେ ଜାଆ ପରେ ଆସିବୁ। ଏହା ସୁଣି ସୁନୀତା କହିଥିଲେ ସାର୍ ମୋ ଏତଲା କାଗଜ ଫେରାଇ ଦିଅ ମୁଁ ପଳାଇ ଜିବି ଏହାସୁଣି ଫାଣ୍ଡି ଅଧିକାରୀ ଉତେଜିତ ହୋଇ ଅଭିଯୋଗ କାରିଣି ସୁନୀତା କୁ ଅସିଳ ଗାଳିକରି ଶକ୍ତଧକା ମାରିଥିଲେ ସୁନୀତା କୋଳରେ ଧରିଥିବା ଏକ ବର୍ଷର ଶିଶୁପୁତ୍ର ସହିତ ପାହଚ ତଳକୁ ପଡିଥିବା ବେଳେ ଶିଶୁପୁତ୍ରର ଓଠ ତଳ ପକ୍କାରେ ମାଡ ହୋଇ ଓଠରୁ ରକ୍ତ ବାହାରିଥିଲା ଓ ସୁନୀତା ର କାନ୍ଧ ତଳ ପାହାଚରେ ଆଘାତ ଲାଗି ଶାରିରୀକ ଯନ୍ତ୍ରଣା ହେବାରୁ ପଟାମୁଣ୍ଡାଇ ଉପଖଣ୍ଡ ସ୍ଥରିୟ ଚିକିତ୍ସାଳୟରେ ଚିକିତ୍ସିତ ହୋବାପରେ ଫାଣ୍ଡି ଅଧିକାରୀ ଙ୍କ ବିରୋଧରେ ପିଡିତା ମହିଳା ଜଣଙ୍କ ତା ୩୦ ରିଖ ପଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସୁନୀତା ଆମ କ୍ୟାମେରା ସାମ୍ନାରେ ଚଉଦକୁଲାଟ ଫାଣ୍ଡି ଅଧିକାରୀ ମୋ ପ୍ରତି ଯେଉଁ ଦୃବ୍ୟବହାର କରିଛନ୍ତି ଏଥିପ୍ରତି ନ୍ୟାୟ ପ୍ରଦାନ କରାଗଲେ ମୁଁ ଖିସିହେବି ବୋଲି କୋହଭରା କଣ୍ଠରେ କହିଥିଲେ। ଏ ଘଟଣା ସମ୍ପର୍କରେ ଆମ ପ୍ରତିନିଧି ଫାଣ୍ଡି ଅଧିକାରୀ ବିଜୟ କୁମାର ଖଟୁଆ ଙ୍କ ସହ ଯୋଗାଯୋଗ କରିଥିଲେ ଓ ଫାଣ୍ଡି ଅଧିକାରୀ ଏକଥାକୁ ଖଣ୍ଡନ କରିବାସହ କହିଥିଲେ ନ୍ୟୁଜ୍ କଲେ କରନ୍ତୁ କହି ଫୋନ୍ କାଟି ଦେଇଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More