ଘୋର ଅବ୍ୟବସ୍ଥା ଭିତରେ ଚାଲିଛି ଶିକ୍ଷାଦାନ

33

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : -ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର ମେଦନା ପଂଚାୟତ ଅନ୍ତର୍ଗତ ମାଳିଗୁଡା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥାରେ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଦିଆଯାଉଥିବାର ଦେଖିବାକୁ ମିଳିଛି। ସୂଚନା ମୁତାବକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ 214ଜଣ ଛାତ୍ରଛାତ୍ରୀ ପଡୁଥିବା ବେଳେ ଶ୍ରେଣୀଗୃହ ମାତ୍ର 2ଟି ରହିଛି। ତେଣୁକରି ଛାତ୍ରଛାତ୍ରୀଙ୍କୁ ବସିବା ଓ ପାଠ ପଢିବାରେ ଅସୁବିଧା ହେଉଛି ବୋଲି ନିଜେ ସ୍କୁଲର ପ୍ରଧାନ ଶିକ୍ଷକ ଭଗବାନ ମାଝୀ ଓ ବିଦ୍ୟଳୟର ସଭାପତି ବଳରାମ ପାଇକ ଆମ ପ୍ରତିନିଧିଙ୍କୁ ଜଣେଇଛନ୍ତି। ସେମାନଙ୍କ କହିବାନୁସାରେ, ସେମାନେ ଏ ବିଷୟରେ ସରପଞ୍ଚ, ଗ୍ରାମବାସୀ ଓ ଅନ୍ୟାନ୍ୟ ଉପରିସ୍ଥ ଅଧିକାରୀଙ୍କୁ ଜଣେଇଥିଲେ ସୁଦ୍ଧା ଏଯାଏ କୌଣସି ପଦକ୍ଷେପ ନିଆ ଯାଇନାହିଁ।ଏଥି ନେଇ ଶିକ୍ଷା ବିଭାଗ କରୁଛି କଣ କରୁଛି ବୋଲି ଜନସଧାରଣରେ ପ୍ରଶ୍ନବାଚୀ ସ୍ରୁଷ୍ଟି କରୁଛି। ଯଦି ବିଦ୍ୟାଳୟରେ ଶ୍ରେଣୀଗୃହର ବ୍ୟବସ୍ଥା ହୁଅନ୍ତା ତେବେ ଗୁଞ୍ଜା ଗୁଞ୍ଜି ହୋଇ ବସିବାରୁ ତ୍ରାହି ମିଳନ୍ତା ଏବଂ ସମସ୍ତ ଶ୍ରେଣିର ଛାତ୍ରଛାତ୍ରୀମାନେ ଉପକୃତ ହୁଅନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More