ରାଜଗାଙ୍ଗପୁର(ସଂଘର୍ଷ ମିଡିଆ ) : ସୁନ୍ଦରଗଡ଼ ଜ଼ିଲ୍ଲାର ପ୍ରସିଦ୍ଧ ମନ୍ଦିର ଘୋଘର ଧାମ ର ଅବସ୍ଥା ଶ୍ରାବଣ ମାସ ଆରମ୍ଭରୁ ସଜସଜା ହୋଇ ଆଲୋକିତ ହୋଇଥାଏ l କିନ୍ତୁ କରୋନାକୁ ଦୃଷ୍ଟିରେ ରଖି ସରକାରଙ୍କ ନିୟମ ପାଳନ କରାଯାଇ ମନ୍ଦିରରେ ପ୍ରବେଶ ପୁରା ପୁରି ନିଷେଧ ରହିଥିଲା l କେବଳ ଘୋଘର ମନ୍ଦିର ପୂଜାରୀଙ୍କୁ ପୂଜା ପାଇଁ ଅନୁମତି ମିଳିଥିଲା l ହେଲେ ଟ୍ରଷ୍ଟି ଦ୍ୱାରା ମନ୍ଦିରର ପୁରା ଦାଇତ୍ୱ ତୁଲେଇବା ସୁରଜ ପ୍ରଡକ୍ଟ ମାଲିକ ଯୋଗେସ ଡାଲମିଆ ଙ୍କୁ ଦିଆ ଯାଇଥିଲା l ଛଅ ମାସ ପୂର୍ବେ ଇଲେକ୍ଟ୍ରି ବିଭାଗ ବକେୟା ବିଲ 12 ଲକ୍ଷ ପାଖାପାଖି ହେବ ଆଦାୟ କରିବାକୁ ଘୋଘର ମନ୍ଦିର କୁ ପହଂଚି ଥିଲେ ହେଲେ ଟଙ୍କା ଆଦାୟ ନ ହେବାରୁ ମନ୍ଦିର ର ଇଲେକ୍ଟ୍ରି ସଂଯୋଗ କଟା ଯାଇଥିଲା l ଏହି ସବୁ ସମସ୍ୟା କୁ ଦୃଷ୍ଟି ରେ ରଖି ଟ୍ରଷ୍ଟି ମନ୍ଦିର ରେ ଦେଖାଣିଆ ଭାବେ DG ପ୍ରଦାନ କରି ଚୁପ ରହିଥିଲେ l ହେଲେ ସେଠାରେ ପୂଜକଙ୍କୁ ଅନ୍ଧାରରେ ରହିବାକୁ ପଡିଥିଲା l ମନ୍ଦିର ସଫା ନ ହେଉଥିବା ସହ ନାନା ସମସ୍ୟାର ସମ୍ବ୍ମୁଖୀନ ପୂଜକ ହେଉଥିବା ଅଭିଯୋଗ କରିଛନ୍ତି l ଏହା ବ୍ୟତୀତ ଦାଇତ୍ୱ ଧୀନ ଟ୍ରଷ୍ଟି ଯୋଗେଶ ଡାଲମିଆ ଙ୍କୁ ମନ୍ଦିର ଦାଇତ୍ୱ ପଦରୁ ହଟେଇ ନୂଆ ସଦସ୍ୟଙ୍କୁ କାର୍ଯ୍ୟଭାର ଦେବାକୁ ଦାବୀ କରିବା ସହ ପୂଜକ ଓ ଜନସାଧାରଣ, ଶ୍ରଦ୍ଧାଳୁ ଦାବୀ କଲେ lରାଜଗାଙ୍ଗପୁରରୁ ସମ୍ବାଦଦାତା ମନୋଜ କୁମାର ଗୌଡ଼ଙ୍କ ରିପୋର୍ଟ ।